କୋପେନହେଗେନ:3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ତାଙ୍କ ଗସ୍ତର ଅନ୍ତିମ ତଥା ତୃତୀୟ ଦିନ । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ । ଆଜି (ବୁଧବାର) ଡେନମାର୍କରେ ଦ୍ବିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଡେନମାର୍କ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ବିଡେନ ଏବଂ ନରୱେର ପ୍ରଧାନମନ୍ତ୍ରୀମାନେ ଅଂଶଗ୍ରହଣ କରିବେ । 2018ରେ ସ୍ବିଡେନର ଷ୍ଟକହୋମ ଠାରେ ପ୍ରଥମ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏହି ଶିଖର ସମ୍ମିଳନୀରେ ମହାମାରୀ ପରବର୍ତ୍ତୀ ଅର୍ଥନୀତିରେ ପୁନଃଉଦ୍ଧାର, ଜଳବାୟୁ ପରିବର୍ତ୍ତନ, ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା ଓ ଶକ୍ତି ଉପରେ ଗୁରୁତ୍ବ ଦିଆଯିବ ବୋଲି ବିଦେଶ ଗସ୍ତ ପୂର୍ବରୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଅନ୍ୟ 4 ନର୍ଡିକ (ମାନବ ଜାତିତତ୍ତ୍ବ) ଦେଶର ନେତାଙ୍କୁ ଭେଟି ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଶିଖର ସମ୍ମିଳନୀ ପରେ ଅନ୍ତିମ ଗସ୍ତରେ ଫ୍ରାନ୍ସର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଇମାନୁଏଲ ମାକ୍ରନଙ୍କୁ ମଧ୍ୟ ଭେଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।