ଓଡିଶା

odisha

ଆଜି ବିଶ୍ବ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

By

Published : Jan 28, 2021, 9:13 AM IST

ଆଜି ସନ୍ଧ୍ୟା 5.30ରେ ବିଶ୍ବ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବିଶ୍ବ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା 5.30ରେ ଭିସି ଯୋଗେ ପ୍ରଧାନମନ୍ତ୍ରୀ ଏହି ଫୋରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସୂଚନାଥାଉକି, ଏହି ବୈଠକରେ ବିଶ୍ବସ୍ତରର 400ରୁ ଅଧିକ ବଡ ଉଦ୍ୟୋଗପତି ଯୋଗଦେବେ ।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚତୁର୍ଥ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁସନ ଉପରେ ନିଜର ମନ୍ତବ୍ୟ ରଖିବେ । ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେହିପରି ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ସିଇଓଙ୍କ ସହିତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

@ANI

ABOUT THE AUTHOR

...view details