ନୂଆଦିଲ୍ଲୀ: ଚଳିତ ବର୍ଷର ଆଜି ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମ । ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ 11 ଟା ବିଦାୟୀ ବର୍ଷ 2020 ର ଅନୁଭୂତି ବଖାଣି ପାରନ୍ତି ମୋଦି ।
ଦିନ କେଇଟା ପରେ ବିଦାୟ ନେବ ବର୍ଷ 2020 । କୋଭିଡ ଜନିତ ଲକଡାଉନ ଓ ଆଉ ସଟଡାଉନ ଠପ୍ ହୋଇପଡିଥିଲା ଜୀବନ-ଜୀବିକା । ପ୍ରଭାବିତ ହୋଇଥିଲା ପ୍ରତିଟି ସାଧାରଣ ଜୀବନ । ଆଉ ବଦଳାଇ ଦେଇଥିଲା ମାନବଜାତିର ଜୀବନଶୈଳୀ । ତେବେ ବର୍ଷ ତମାମ ତିକ୍ତ ଅନୁଭୂତି ଦେଇଥିବା ବର୍ଷ କୋଡିଏକୁ ନେଇ ଦେଶବାସୀଙ୍କ କଣ ଅନୁଭୂତି ରହିଛି ସେନେଇ ଦେଶବାସୀଙ୍କୁ ଆଗୁଆ ପଚାରିଥିଲେ ମୋଦି । ଆସନ୍ତା ବର୍ଷକୁ ନେଇ କେଉଁ ସବୁ ରହିଛି ଆଶା ରଖିଛନ୍ତି ତାକୁ ମଧ୍ୟ କହିବାକୁ କହିଥିଲେ ।