ନୂଆଦିଲ୍ଲୀ:ଆସନ୍ତାକାଲି(ସୋମବାର) ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ମହାମାରୀ ପାଇଁ ଚଳିତ ବର୍ଷ ଯୋଗ ଦିବସର ସମସ୍ତ କାର୍ଯ୍ୟକ୍ରମ ଟେଲିଭିଜନ ମାଧ୍ୟମରେ କରାଯିବ । ଏହି କାର୍ଯ୍ୟକ୍ରମ ସକାଳ 6ଟା 30ରୁ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରିତ ହେବ ।
ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆୟୁଷ ମନ୍ତ୍ରୀ କିରନ ରିଜ୍ଜଜୁ ସମ୍ବୋଧିତ କରିବା ସହିତ ଏବଂ ମୋରାରଜୀ ଦେଶାୟୀଙ୍କ ଦ୍ବାରା ଯୋଗର ସିଧା ପ୍ରସାରଣ କରାଯିବ । ସରକାରୀ ସୂତ୍ରରୁ ମିଳିଥିବା ସୂଚନାଅନୁସାରେ, ଆୟୁଷ ମନ୍ତ୍ରଣାଳୟ, ଅନ୍ତର୍ଜାତୀୟ ଯୋଗ ଦିବସ (IDY)ରେ ନୋଡାଲ ମନ୍ତ୍ରଣାଳୟ ମଣିଷର ସୁସ୍ଥ ଜୀବନ ପାଇଁ ଯୋଗର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିବେ । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ରହିଛି 'ଯୋଗ ପାଇଁ ସୁସ୍ଥତା ' । ମହାମାରୀ ସତ୍ତ୍ବେ ମନ୍ତ୍ରଣାଳୟ ଦ୍ବାରା ନିଆଯାଇଥିବା ଅନେକ ଡିଜିଟାଲ୍ ପଦକ୍ଷେପ ପ୍ରାୟ 1000 ଅନ୍ୟାନ୍ୟ ହିତାଧିକାରୀ ଅନୁଷ୍ଠାନ ସହିତ ଯୋଗ ଅଭ୍ୟାସକୁ ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇଛି ।