ଓଡିଶା

odisha

ETV Bharat / bharat

PM Modi Kerala Visit: କୋଚିରେ ମୋଦିଙ୍କ ମେଗା ରୋଡ ଶୋ', ପାରମ୍ପରିକ ଧୋତିରେ ଆସିଲେ ନଜର - ମେଗା ରୋଡ ଶୋ

କୋଚିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ଶୋ' । ପାରମ୍ପରିକ ବେଶରେ ରାସ୍ତାରେ ଚାଲି ଚାଲି ରାଜ୍ୟବାସୀଙ୍କୁ ଦେଲେ ଅଭିବାଦନ । ଅଧିକ ପଢନ୍ତୁ

PM Modi Kerala Visit
PM Modi Kerala Visit

By

Published : Apr 24, 2023, 9:39 PM IST

Updated : Apr 24, 2023, 9:50 PM IST

ଥିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ୨ ଦିନିଆ କେରଳ ଗସ୍ତରେ ଅଛନ୍ତି । ଆସନ୍ତାକାଲି ସରକାରୀ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ମୋଦି କୋଚିରେ ମେଗା ରୋଡ ଶୋ' କରିଛନ୍ତି । ଏହି ଦଳୀୟ କାର୍ଯ୍ୟକ୍ରମରେ ମୋଦିଙ୍କୁ କେରଳର ପାରମ୍ପରିକ ବେଶଭୂଷାରେ ଦେଖିବାକୁ ମିଳିଛି । କେରଳର ପାରମ୍ପରିକ ଧୋତି 'ମୁଣ୍ଡୁ' ପିନ୍ଧି କୋଚିରେ ରାସ୍ତାରେ ଚାଲିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ଲାଗି ରାସ୍ତାର ଉଭୟ ପାର୍ଶ୍ବର ଅନେକ ପ୍ରଶଂସକଙ୍କ ଭିଡ଼ ଜମାଇଥିଲେ । ପ୍ରଥମ ଥର ଲାଗି ମୋଦିଙ୍କୁ ରାସ୍ତାରେ ଚାଲି ଚାଲି ରୋଡ ଶୋ' କରିଥିବା ଦେଖିବାକୁ ମିଳିଛି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରଶଂସକମାନେ ପୁଷ୍ପ ବୃଷ୍ଟି କରିଛନ୍ତି । ପ୍ରାୟ ୧୫ ମିନିଟ କୋଚିରେ ରାସ୍ତାରେ ମୋଦି ଚାଲିଥିବା ବେଳେ ହାତ ହଲାଇ ସମର୍ଥକଙ୍କୁ ଅଭିବାଦନ ଜଣାଇଛନ୍ତି । ମୋଦିଙ୍କ ପୂର୍ବ ରୋଡ ଶୋ'ଠାରୁ ଏହା ନିଶ୍ଚିତ ଭିନ୍ନ ରହିଥିଲା । କାରଣ ପୂର୍ବରୁ ମୋଦି କାର ମଧ୍ୟରେ ଥାଇ ଓପନ-ଟପ୍ରୁ‌ ସମର୍ଥକଙ୍କୁ ଅଭିବାଦନ ଜଣାଇଥାନ୍ତି । ହେଲେ କେରଳରେ ମୋଦିଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ରାସ୍ତାରେ ହାତ ହଲାଇ ଚାଲି ଚାଲି ଯାଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ପାଇଁ କେରଳ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ, ଏନଏସଜି ଓ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ ।

ଏହା ବି ପଢନ୍ତୁ- କେରଳରେ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଏପ୍ରିଲ 25ରେ ଶୁଭାରମ୍ଭ କରିବେ ମୋଦି

୨୦୨୪ ସାଧାରଣ ନିର୍ବାଚନରେ ଦକ୍ଷିଣ ରାଜ୍ୟଗୁଡ଼ିକରେ ପ୍ରଭାବ ବିସ୍ତାର କରିବା ଲାଗି ବିଜେପି ଲକ୍ଷ୍ୟ ରଖିଛି । ଏଥିଲାଗି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ଦଳ । କର୍ଣ୍ଣାଟକ ପରେ ପରେ ଅନ୍ୟ ଦକ୍ଷିଣ ରାଜ୍ୟଗୁଡ଼ିକରେ ସରକାର ଗଢିବାକୁ ସାବଧାନର ସହ ଗୋଟି ଚାଳନା କରୁଛି ଦଳ । ଦଳର ଅନ୍ୟ ଶୀର୍ଷ ନେତୃତ୍ବ ଏଥିଲାଗି ଗୁରୁ ଦାୟିତ୍ବ ବହନ କରିଥିବା ଦେଖିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ପ୍ରାୟ ୩୨୦୦ କୋଟି ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଉଛନ୍ତି । ବିକାଶମୂଳକ କାର୍ଯ୍ୟକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗୀକୃତ କରିବେ ମୋଦି ।

ଏହା ବି ପଢନ୍ତୁ- କେରଳ ଯିବେ ପ୍ରଧାନମନ୍ତ୍ରୀ: କୋଚିରେ ସୁରକ୍ଷା କଡାକଡି, ଧମକପୂର୍ଣ୍ଣ ଚିଠି ଦେଇଥିବା ଅଭିଯୁକ୍ତ ଗିରଫ

ଖାଲି ସେତିକି ନୁହେଁ, ମୋଦିଙ୍କ ଏହି ଗସ୍ତରେ ରାଜ୍ୟକୁ ମିଳିବାକୁ ଯାଉଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ରେଳ ରାଜଧାନୀ ଥିରୁଅନନ୍ତପୁରମଠାରୁ କସାରଗୋଡ଼ ମଧ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ୧୧ଟି ଜିଲ୍ଲା ମଧ୍ୟ ଦେଇ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ସେହି ଜିଲ୍ଲାଗୁଡ଼ିକ ହେଉଛି ଥିରୁଅନନ୍ତପୁରମ, କୋଲ୍ଲାମ, କୋଟ୍ଟାୟାମ, ଏର୍ଣ୍ଣାକୁଲମ, ଥ୍ରୀସୁର, ପାଲାକ୍କଡ, ପଥାନାମଥିତ୍ତା, ମାଲ୍ଲାପୁରମ, କୋଝିକୋଡ଼, କନ୍ନୁର ଓ କସାରଗୋଡ଼ । ଏହାସହ ପ୍ରଧାନମନ୍ତ୍ରୀ କୋଚି ୱାରଟ ମେଟ୍ରୋର ମଧ୍ୟ ଶୁଭାରମ୍ଭ କରିବେ ଯାହାକି ୧୦ଟି ଦ୍ବୀପକୁ ସଂଯୋଗ କରିବ ।

Last Updated : Apr 24, 2023, 9:50 PM IST

ABOUT THE AUTHOR

...view details