ନୂଆଦିଲ୍ଲୀ: କତାରର ଶାସକ ତମିମ ବିନ ହମାଦ ଅଲ ଥାନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi spoke with Qatar ruler)। ଆଜି (ଶନିବାର) କତାରର ଶାସକ ତମିମ ବିନ ହମାଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ତେବେ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଦୀପାବଳିର ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଥାନିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
କତାର ଶାସକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି - PM Modi spoke with Qatar Emir
କତାର ଶାସକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । କତାରରେ ଫୁଟବଲ ବିଶ୍ୱକପ ଆୟୋଜନ ପାଇଁ ମୋଦି ଦେଲେ ଶୁଭେଚ୍ଛା । 2023 ରେ ଦ୍ବିପାକ୍ଷିକ ସମ୍ପର୍କର 50 ବର୍ଷ ପୂର୍ତ୍ତି କରୁଛନ୍ତି ଉଭୟ ଦେଶ । ଅଧିକ ପଢନ୍ତୁ
କତାର ଶାସକ ଅମିର ତମିମ ବିନ ଅହମ୍ମଦ ଅଲ ଥାନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ସେହିପରି ଚଳିତ ନଭେମ୍ବରରେ କତାରରେ ଫୁଟବଲ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଥାନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 2023 ରେ ଉଭୟ ଭାରତ ଓ କତାର କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି କରିବାକୁ ଯାଉଛନ୍ତି । ତେବେ ଉଭୟ ଦେଶ ମିଳିତ ଭାବେ ଏହାକୁ ପାଳନ କରିବାକୁ ଯାଉଥିବା ସମ୍ପର୍କରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ