ହାଇଦ୍ରାବାଦ:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନେତାନ୍ୟାହୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ଚଳିତ ଥର ନିର୍ବାଚିତ ହେବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଟେଲିଫୋନିକ ବାର୍ତ୍ତାଳାପ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାନ୍ୟାହୁଙ୍କୁ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ପରେ ଦୁଇ ଦେଶର ମିଳିତ ପ୍ରସଙ୍ଗ ସହ ଏକାଧିକ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଉଭୟ ନେତା ସେମାନଙ୍କର ମତ ବିନିମୟ କରିଥିଲେ ।
ନେତିନ୍ୟାହୁ 6ଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ପର୍ବରୁ ତାଙ୍କ ନେତୃତ୍ବରେ ଭାରତ-ଇସ୍ରାଏଲ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବେଶ ସୁଦୃଢ ମଧ୍ୟ ହୋଇଥିଲା । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବେଶ ଘନିଷ୍ଠ ସମ୍ପର୍କ ମଧ୍ୟ ରହିଛି । ତାଙ୍କ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ମଧ୍ୟ ଗସ୍ତ କରିଛନ୍ତି । ସେହିପରି ପ୍ରତିରକ୍ଷା ସମେତ ଏକାଧିକ କ୍ଷେତ୍ରରେ ଦୁଇ ଦେଶ ପରସ୍ପରର ଘନିଷ୍ଠ ସହଯୋଗୀ ଭାବେ ରହିଛନ୍ତି । ହିରନ ଡ୍ରୋନ ପରି ଅତ୍ୟାଧୁନିକ ଡ୍ରୋନ ମଧ୍ୟ ଭାରତ ଇସ୍ରାଏଲଠାରୁ କ୍ରୟ କରିଛି । ଜାତିସଂଘ ଓ ଅନ୍ୟ କିଛି ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଉଭୟ ଦେଶ ପରସ୍ପରକୁ ସମର୍ଥନ ଦେଇଆସିଛନ୍ତି । ଏହି କ୍ରମରେ ଗତବର୍ଷ ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କର 30ବର୍ଷ ପୂର୍ତ୍ତି ମଧ୍ୟ ମଧ୍ୟ ପାଳନ କରିଥିଲେ ।