ଓଡିଶା

odisha

ETV Bharat / bharat

ଆଜି ଜନସଂଘ ପ୍ରତିଷ୍ଠାତାଙ୍କ 120ତମ ପୂଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ଭାରତୀୟ ଜନ ସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ । 120ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Jul 6, 2021, 11:06 AM IST

ନୂଆଦିଲ୍ଲୀ: ଆଜି ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥି । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପଣ୍ଡିତ ତଥା ବୁଦ୍ଧିଜୀବୀ ଶ୍ୟାମା ପ୍ରସାଦଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଏକତା ଏବଂ ପ୍ରଗତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେ । ମୁଁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଉଛି । ସେ ନିଜକୁ ଜଣେ ଉଲ୍ଲେଖନୀୟ ବିଦ୍ବାନ ଏବଂ ବୁଦ୍ଧିଜୀବୀ ଭାବରେ ନିଜକୁ ପରିଚିତ କରିଥିଲେ । ତାଙ୍କର ଉଚ୍ଚ ଆଦର୍ଶ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରିଛି ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

1901 ମସିହା ଆଜିର ଦିନରେ ପଶ୍ଚିମବଙ୍ଗର ବିଶିଷ୍ଟ ଶିକ୍ଷାବିତ ଆଶୁତୋଷ ମୁଖାର୍ଜୀ ଓ ଯୋଗମାୟା ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ । ନିଜ ବିଚାର ଧାରାକୁ ଅଧିକ କ୍ରିୟାଶୀଳ ଓ ସଶକ୍ତ କରିବା ପାଇଁ ସ୍ଥାପନା କରିଥିଲେ ଜନସଂଘ ।

ସେ ଜଣେ ରାଜନେତା, ଆଇନଜୀବୀ ଓ ଅଧ୍ୟାପକ ଭାବରେ ବେଶ ଜଣାଶୁଣା । 33 ବର୍ଷ ବୟସରେ ସେ କୋଲକାତା ବିଶ୍ବବିଦ୍ୟାଳୟର କୁଳପତି ହୋଇ 4 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।ଏହା ସହିତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କ୍ୟାବିନେଟରେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ANI

ABOUT THE AUTHOR

...view details