ନୂଆଦିଲ୍ଲୀ:ୟୁକ୍ରେନ ଉପରେ ଋଷର ଆକ୍ରମଣ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ ଋଷକୁ ଆକ୍ରମଣରୁ କ୍ଷାନ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଆଜି ୟୁକ୍ରେନ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଶାନ୍ତି ଆଲୋଚନା ପାଇଁ ନିବେଦନ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କ ସହ କଥା ହୋଇ ପାରନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନଥିବା ବେଳେ ଉଭୟ ରାଷ୍ଚ୍ରମୁଖ୍ୟଙ୍କ ମଧ୍ୟରେ ଆଜି ରାତିରେ ଟେଲିଫୋନିକ ବାର୍ତ୍ତାଳାପ ହେବା ନେଇ ସୂତ୍ରରୁ ସୂଚନା ରହିଛି ।
ଆଜି ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲିଖା ଭାରତ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ ପାଇଁ ଆକୂଳ ନିବେଦନ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ ଭାରତ ପକ୍ଷରୁ ୟୁକ୍ରେନ ଦୃଢ ସ୍ବର ଆଶା କରୁଛି । ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହେଲେ କିଛି ସକରାତ୍ମକ ଫଳାଫଳ ଆସିପାରନ୍ତା ବୋଲି ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲିଖା ନିବେଦନ କରିଥିଲେ ।