ଓଡିଶା

odisha

ETV Bharat / bharat

ଅଯୋଧ୍ୟାରେ ଦୀପୋତ୍ସବ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ

ରାମ ଜନ୍ମଭୁମୀ ଅଯୋଧ୍ୟାରେ ଦୀପୋତ୍ସବ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ମର୍ଯ୍ୟାଦା ପ୍ରଭୁ ରାମଙ୍କ ପ୍ରତୀକ । ସବକା ସାଥ ସବକା ବିକାଶ ଥିଲା ପ୍ରଭୁ ଶ୍ରୀରାମଙ୍କ ବ୍ୟକ୍ତିତ୍ବର ପ୍ରେରଣା । ଅଧିକ ପଢନ୍ତୁ

ଅଯୋଧ୍ୟାରେ ଦୀପୋତ୍ସୋବ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ଅଯୋଧ୍ୟାରେ ଦୀପୋତ୍ସୋବ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Oct 23, 2022, 7:53 PM IST

ଲକ୍ଷ୍ନୌ: ରାମ ଜନ୍ମଭୂମୀ ଅଯୋଧ୍ୟାରେ ବହୁପ୍ରତୀକ୍ଷିତ ଦୀପୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କାର୍ଯ୍ୟକ୍ରମରେ ସେ ଶ୍ରଦ୍ଧାଳୁଙ୍କୁ ମସ୍ବୋଧିତ କରି, ସବକା ସାଥ ସବକା ବିକାଶର ନାରାକୁ ପ୍ରଭୁ ଶ୍ରୀରାମଙ୍କ ଜୀବନୀ ସହ ଯୋଡିଛନ୍ତି ପ୍ରଧାନମନ୍ତ୍ରୀ । ସବକା ସାଥ ସବକା ବିକାଶ ପ୍ରଭୁ ଶ୍ରୀରାମଙ୍କ ନୀତି ଓ ଆଦର୍ଶ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦ୍ବୀପୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀ ରାମ, ମା’ ସୀତା ଓ ଲକ୍ଷ୍ମଣଙ୍କ ମାନବ ପ୍ରତିକାତ୍ମକ ସ୍ବରୂପକୁ ପୂଜାର୍ଚ୍ଚନା କରିଥିଲେ । ସାଙ୍ଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ ।

ଅଯୋଧ୍ୟାରେ ଦୀପୋତ୍ସୋବ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ଶ୍ରଦ୍ଧାଳୁଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଶ୍ରୀ ରାମଲାଲାଙ୍କ ଦର୍ଶନ ଏବଂ ରାଜ୍ୟ ଅଭିଶେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ଏହା ପ୍ରଭୁ ରାମଙ୍କ କୃପାରୁ ସମ୍ଭବ ହୋଇପାରିଛି । ଭଗବାନ ଶ୍ରୀ ରାମଙ୍କ ନୀତି ଆଦର୍ଶ ଏବଂ ମୂଲ୍ୟବୋଧକୁ ମନେ ପକାଇବାର ସମୟ ଆସିଛି । ଭଗବାନ ରାମ ହେଉଛନ୍ତି ‘ସାବକା ସାଥ ସାବକା ବିକାଶକ’ ମନ୍ତ୍ରର ପ୍ରେରଣା । ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିଥିଲେ ।"

ପ୍ରଧାନମନ୍ତ୍ରୀ କହିଛନ୍ତି, "ପ୍ରଭୁ ଶ୍ରୀରାମଙ୍କୁ ହେଉଛନ୍ତି ମର୍ଯ୍ୟାଦାର ପ୍ରତୀକ । ମର୍ଯ୍ୟାଦା ଆମକୁ ଅନ୍ୟକୁ ସମ୍ମାନ ଦେବା ଏବଂ ଅନ୍ୟଠାରୁ ସମ୍ମାନ ପାଇବା ଶିଖାଇଥାଏ । ଆମର କର୍ତ୍ତବ୍ୟକୁ ହୃଦୟଙ୍ଗମ କରିବା ଓ ତାର ସଠିକ ଅନୁପାଳନ କରିବା ହିଁ ଆମର ମର୍ଯ୍ୟାଦା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମ କର୍ତ୍ତବ୍ୟ ହିଁ ଆମର ମର୍ଯ୍ୟାଦା ବୋଲି ଆଜି ପ୍ରତ୍ୟେକ ଭାରତୀୟ ବିଶ୍ବାସ କରନ୍ତି । ଚଳିତବର୍ଷ ଦୀପାବଳି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି । ପ୍ରଭୁ ଶ୍ରୀରାମଙ୍କର ‘ସଂଙ୍କଳ୍ପ ଶକ୍ତି’ ଦେଶକୁ ନୂଆ ଉଚ୍ଚତାକୁ ନେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।"

ଆଜି ଅପରାହ୍ନରେ କାର୍ଯ୍ୟକ୍ରମରେ ସାମଲି ହେବା ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କୁ ବିମାନ ବନ୍ଦରରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ଦର୍ଶନ କରିବା ସହ ପ୍ରଭୁ ଶ୍ରୀରାମ ଓ ମା' ସୀତାଙ୍କ ମାନବ ପ୍ରତିକାତ୍ମକ ସ୍ବରୂପକୁ ବନ୍ଦାପନା କରିଥିଲେ । ସାଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ଥିଲେ । ପରେ ସେ ଦୀପୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଦୀପୋତ୍ସବ ଜାରି ରହିଛି ।

ABOUT THE AUTHOR

...view details