ଓଡିଶା

odisha

ETV Bharat / bharat

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି; ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେଲା କ୍ରାସ କୋର୍ସ - ପିଏମ

ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ
ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ

By

Published : Jun 18, 2021, 1:10 PM IST

ନୂଆଦିଲ୍ଲୀ: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ

ଦକ୍ଷତା ଭାରତ ଯୋଜନା ଅଧୀନରେ କୋରୋନା ମହାମାରୀରେ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଛଅ କଷ୍ଟମାଇଜଡ କ୍ରାସ କୋର୍ସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାଅନୁସାରେ ଦେଶରେ 26ଟି ରାଜ୍ୟରେ 111ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି କୋର୍ସର ଉଦ୍ଦେଶ୍ୟ ପ୍ରାୟ ଏକ ଲକ୍ଷ୍ୟ କୋଭିଡ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି କରିବା । ଏଥିରେ ସମ୍ପୃକ୍ତ ଯୋଦ୍ଧାଙ୍କୁ ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସହାୟତା, ସାମ୍ପୁଲ ସଂଗ୍ରହ ସହାୟତା, ମେଡିକାଲ ଉପକରଣ ସହାୟତା ଆଦିରେ ପ୍ରଶିକ୍ଷଣ ଦିଆଯିବ ।

କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ମୋହି କହିଛନ୍ତି ଆମ ଭିତରେ ଏବେ ବି ଭାଇରସ ରହିଛି । ଏହା ସହିତ ନୂତନ ମ୍ୟୁଟାଣ୍ଟର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ସାବଧାନତାର ସହିତ ଦେଶ ପ୍ରସ୍ତୁତ ରହିଛି । ଏହାକୁ ଲକ୍ଷ୍ୟ କରି ଦେଶରେ ଏକ ଲକ୍ଷ କୋରୋନା ସମ୍ମୁଖ ଯୋଦ୍ଧାଙ୍କୁ ପ୍ରସ୍ତୁତ କରିବାକୁ ଏକ ମହାଅଭିଯାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କ୍ରାସ କୋର୍ସକୁ ନେଇ ପିଏମ ଆହୁରୀ କହିଛନ୍ତି ଏହି ଅଭିଯାନ ମାଧ୍ୟମରେ କୋଭିଡ ସହିତ ଲଢେଇ କରୁଥିବା ସ୍ବାସ୍ଥ୍ୟକ୍ଷେତ୍ରର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଏକ ନୂଆ ଶକ୍ତି ମିଳିବ ଏହା ସହିତ ଯୁବକମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହେବ ।

ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 3.0ର ଏକ ମୁଖ୍ୟ ଉପାଦାନ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ 276 କୋଟି ବ୍ୟୟ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ପୂରଣ ଦିଗରେ ଦକ୍ଷ ଅଣ ସ୍ବାସ୍ଥ୍ୟକର୍ମୀ ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details