ଓଡିଶା

odisha

ETV Bharat / bharat

PMKSNYକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ଚାଷୀଙ୍କ ସମ୍ବଳ ପାଲଟିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ଟୁଇଟ୍‌ରେ କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧିର ଲାଭ ବିଷୟରେ ସବିଶେଷ ତଥ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

PM Modi lauds Central schemes for empowering farmers
PM Modi lauds Central schemes for empowering farmers

By

Published : Apr 10, 2022, 12:05 PM IST

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଖାଦ୍ୟ ସମସ୍ୟାରୁ ଦୂରରେ ରଖିବାକୁ କଠିନ ପରିଶ୍ରମ କରନ୍ତି କୃଷକ । ସେମାନଙ୍କ ପରିଶ୍ରମ ପାଇଁ ସବୁଜିମା ହୋଇଉଠେ କ୍ଷେତ । ଶସ୍ୟ ସାମଳାରେ ଭରି ଉଠେ ଚାଷ ଜମି । ଆଉ ସେମାନଙ୍କ କଠିନ ପରିଶ୍ରମକୁ ମିଳୁଛି ସମ୍ମାନ ଓ ଦୃଢ ସହାୟତା । ପିଏମ କିଷାନ୍ ସମ୍ମାନ ନିଧି ଯୋଜନାରେ (PM Kisan Samman Nidhi) ପ୍ରତି ଚାଷୀଙ୍କ ଖାତାକୁ ଯାଉଛି ଧନରାଶି । 11.3 କୋଟି ଚାଷୀଙ୍କ ଆକାଉଣ୍ଟରେ 1.82 ଲକ୍ଷ କୋଟି ଟଙ୍କା ପହଞ୍ଚିଛି । ଏନେଇ ଏକ ସବିଶେଷ ତଥ୍ୟ ଟ୍ବିଟରେ ପ୍ରଦାନ କରି କୃଷକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟ୍ବିଟ କରି ମୋଦି କହିଛନ୍ତି, ଆମ କୃଷକ ଭାଇ ଭଉଣୀଙ୍କ ଉପରେ ଦେଶ ଗର୍ବିତ । ଏମାନେ ଯେତେ ସକ୍ଷମ ହେବେ ନୂଆ ଭାରତ ସେତିକି ସମୃଦ୍ଧ ହେବ । ପିଏମ କିଷାନ୍ ସମ୍ମାନ ନିଧି ଯୋଜନାରେ କୃଷି ସହ ଜଡିତ ଅନ୍ୟ ଯୋଜନା ଦେଶର କୋଟି କୋଟି କୃଷକଙ୍କୁ ଶକ୍ତି ଯୋଗାଉଛି ବୋଲି କହିଛନ୍ତି ପିଏମ ମୋଦି ।

ଏହି ଯୋଜନାରେ ପ୍ରତିଥର ଚାଷୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଉଛି । ସବୁ ଚାଷୀଙ୍କ ପାଇଁ 6 ହଜାର ବାର୍ଷିକ ଆର୍ଥିକ ସହାୟତା, ମହାମାରୀ ସମୟରେ 1.30 ଲକ୍ଷ କୋଟି ଟଙ୍କାର ହସ୍ତାନ୍ତର, ବିଶେଷ କରି କ୍ଷୁଦ୍ର ଚାଷୀଙ୍କୁ ଲାଭବାନ କରିବା ଏହା ଲକ୍ଷ୍ୟ । କୃଷି ଭିତ୍ତିକ ବିକାଶ ପାଇଁ 1 ଲକ୍ଷ କୋଟି ଟଙ୍କାର ଋଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । 11632 ପ୍ରକଳ୍ପ ଲାଗି 8585କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି । ସାରା ଦେଶରେ ମଣ୍ଡିଗୁଡିକର ଡିଜିଟାଲ ଏକୀକରଣ କରାଯାଇଛି । 1.73 କୋଟି ଚାଷୀଙ୍କ ପଞ୍ଜିକରଣ ହୋଇଛି । ଇ-ନାମ ପ୍ଲାଟଫର୍ମରେ 1.87 ଲକ୍ଷ କୋଟି ଟଙ୍କାର କାରବାର ହୋଇଛି ।

ପିଏମ କିଷାନ୍ ସମ୍ମାନ ନିଧି ଭାରତର ଚାଷୀମାନଙ୍କ ପାଇଁ ବହୁତ ବଡ ସମ୍ବଳ ପାଲଟିଛି । ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଉଛି । ପ୍ରତ୍ୟେକ କିସ୍ତି ଠିକ ସମୟରେ ବିନା କମିଶନ କାରବାରେ ମିଳୁଛି । ଭାରତରେ ଏହି ହେବ ବୋଲି କେହି କେବେ କଳ୍ପନା କରିନଥିଲେ । ଯୁଦ୍ର ଚାଷୀ ଏହି ଅର୍ଥରାଶି ମାଧ୍ୟମରେ ଭଲ ଗୁଣବତ୍ତାର ବିହନ କିଣୁଛନ୍ତି, ଭଲ ସାର ଓ ଉପକରଣ ବ୍ୟବହାର କରିପାରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details