ଓଡିଶା

odisha

By

Published : Jun 1, 2023, 9:24 AM IST

ETV Bharat / bharat

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଲୁଟିବାରେ ଭେଦଭାଦ କରେନି କଂଗ୍ରେସ

ରାଜସ୍ଥାନରେ ନିର୍ବାଚନୀ ପ୍ରଚାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଜୈମେରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi in rajasthan
pm modi lashes out at congress in rajasthan

ଜୟପୁର:ରାଜସ୍ଥାନରେ ପ୍ରଚାର ରାଲି ସହ କେନ୍ଦ୍ର ସରକାରଙ୍କ 9 ବର୍ଷ ପୂର୍ତ୍ତି ଅବସରରେ ଏକ ମହାଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରୁ କଂଗ୍ରେସ ଉପରେ ବର୍ଷିଛନ୍ତି ପିଏମ ମୋଦି । 5 ବର୍ଷ ପୂର୍ବେ ରାଜସ୍ଥାନବାସୀ ଏକ ଜନାଦେଶ ଦେଇଥିଲେ ହେଲେ ବଦଳରେ ତାଙ୍କୁ କଣ ମିଳିଲା । ଅସ୍ଥିରତା, ଅରାଜକତାରେ ବୁଡି ରହିଥିବା ସରକାର । ଏଠି ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପର ସହ ଲଢିବାରେ ଲାଗିଛନ୍ତି । ରାଜସ୍ଥାନବାସୀଙ୍କ ପାଇଁ କଂଗ୍ରେସର ଚିନ୍ତା ନାହିଁ । କଂଗ୍ରେସ ବିକାଶ ଯୋଜନାର 85% କମିଶନ ଖାଉଥିବା ଦଳ । ଲୁଟିବା ମାମଲାରେ ସେ ସିଦ୍ଧହସ୍ତ । ବୁଧବାର ରାଜସ୍ଥାନରେ ଏକ ବିଶାଳ ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଜୈମେରରୁ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ,'' 2014ରେ କଂଗ୍ରେସରେ ଏକ ସ୍ଥିର ସରକାର ଗଠନ କଲ । ଭାଜପା ସରକାର ତୁମ ସମସ୍ତଙ୍କ ଆଦେଶର ମର୍ଯ୍ୟାଦା ରଖିଛି । ରାଜସ୍ଥାନରେ ଅପରାଧ ଚରମସୀମାରେ ପହଞ୍ଚିଛି । କେବେ ଦଙ୍ଗା ହୋଇଯିବ ତାର ଠିକ ଠିକଣା ନାହିଁ । କଂଗ୍ରେସ ସରକାର ଆତଙ୍କୀଙ୍କ ଉପରେ ଦୟା କରୁଛି । କଂଗ୍ରେସ ବିକାଶକୁ ଅଣଦେଖା କରିଛି । କଂଗ୍ରେସ ସରକାର ତୃଷ୍ଠିକରଣରେ ବୁଡି ରହିଛି ।

ଆଜି ଦେଶ ପ୍ରତି କ୍ଷେତ୍ରରେ ବିକାଶ ହୋଇଛି ଏହା ଏଥିପାଇଁ ସମ୍ଭବ ହୋଇଛି ବିଜେପି କଂଗ୍ରେସର ଲୁଟର ସବୁ ରାସ୍ତା ବନ୍ଦ କରିଛି । ଗତ 9 ବର୍ଷରେ ବିଜେପି ସରକାର ଆଧୁନିକ ହାଇୱେ ଓ ରେଲୱେ ନେଇ 24 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି । ଯଦି କଂଗ୍ରେସ ସରକାର ଥାନ୍ତା ତେବେ 24 ଲକ୍ଷ କୋଟିରୁ କେବଳ 20 ଲକ୍ଷ କୋଟି ଅଧାବାଟରେ ଲୁଟ ହୋଇଯାଇଥାନ୍ତା । ରୋଡ ହୋଇଥାନ୍ତା ନା ରେଳ । ଲୁଟ ବିଷୟ ଆସିଲେ କଂଗ୍ରେସ ଭେଦଭାବ କରେ ନାହିଁ ।

କଂଗ୍ରେସ ଗରିବ, ବଞ୍ଚିତ, ଆଦିବାସୀ, ଦଳିତ ସଂଖ୍ୟାଲଘୁ, ମହିଳା ଦିବ୍ୟାଙ୍ଗ ସମସ୍ତଙ୍କୁ ସମାନ ଭାବେ ଲୁଟିଥାଏ । କଂଗ୍ରେସ ଗରିବଙ୍କ ଘର ମଧ୍ୟ ଲୁଟିଛି । କଂଗ୍ରେସ ସରକାର ରିମୋର୍ଟ କଣ୍ଟ୍ରୋଲରେ ଚାଲିଥିଲା । କୌଣସି ନିର୍ଣ୍ଣୟ ନିଆଯାଉନଥିଲା । ନିବେଶକ ନିରାଶ ଥିଲେ । ଯୁବକଙ୍କ ସାମ୍ନାରେ ଅନ୍ଧକାର ଥିଲା । ଜନତାଙ୍କଠୁ ଭୋଟ ନେଇ କଂଗ୍ରେସ ଜନତାଙ୍କୁ ହିଁ ନିନ୍ଦୁଥିଲା । 2014ରେ ତୁମେ ସମସ୍ତେ ଗୋଟିଏ ଭାେଟରେ ବିକାଶକୁ ବିଶ୍ବାସରେ ପରିଣତ କରି ଦେଇଥିଲେ । ଆଜି ଭାରତରେ ନବନିର୍ମାଣ ସମୟ ଚାଲିଛି । ଭାଜପା ସରକାରଙ୍କ 9 ବର୍ଷ ଦେଶବାସୀଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣରେ ସମର୍ପିତ ହୋଇଛି ।''

ଏହା ବି ପଢନ୍ତୁ...PM Modi in Rajasthan: ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...Rahul Gandhi US visit: ଅନୁରାଗ ଠାକୁର କହିଲେ ଦେଶକୁ ଅପମାନିତ କରୁଛନ୍ତି ରାହୁଲ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଭାଜପା ସରକାର ମାଆ, ଭଉଣୀ ଓ ଝିଅଙ୍କ ଜୀବନ ସହ ଜଡିତ ସମସ୍ୟା ଉପରେ ଗୁରୁତ୍ବ ଦେଇଛି । ଏଠାରେ ଝିଅଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ କଂଗ୍ରେସ ସରକାର ସ୍ବାଧୀନତା ଦେଇଛି । କଂଗ୍ରେସ ସରକାରଙ୍କୁ ଝିଅଙ୍କ ସୁରକ୍ଷା ଓ ହିତକୁ କୌଣସି ଚିନ୍ତା ନାହିଁ । କଂଗ୍ରେସ ଦେଶ ସହ ବିଶ୍ବାସଘାତକତା କରିଛି । କଂଗ୍ରେସର ଭୁଲ ନୀତି ଯୋଗୁଁ ଅଧିକ କ୍ଷତି ସହିଛନ୍ତି ଚାଷୀ । କ୍ଷୁଦ୍ର ଚାଷୀଙ୍କୁ ଗୁରୁତ୍ବ ଦେଇନାହିଁ କଂଗ୍ରେସ । 2018ରୁ ଦଳ ରାଜସ୍ଥାନରେ ସରକାରରେ ଅଛି । ଆଜି ଯାଏଁ କୌଣସି ଗ୍ୟାରେଣ୍ଟି ପୂରଣ କରିନାହିଁ ।

ଫମ୍ପା ଗ୍ୟାରେଣ୍ଟି ଦେବା କଂଗ୍ରେସର ପୁରୁଣା ଅଭ୍ୟାସ । ଏବେ କଂଗ୍ରେସ ମିଛ ଗ୍ୟାରେଣ୍ଟିର ନୂଆ ଫର୍ମୁଲା ଆରମ୍ଭ କରିଛି । 10 ଦିନରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କଂଗ୍ରେସ କେବଳ ଗ୍ୟାରେଣ୍ଟି ଦିଏ । କଂଗ୍ରେସ ତାର ଶାସନ କାଳରେ ଦେଶର ବିକାଶକୁ ଖାଇ ଚାଲିଛି । କଂଗ୍ରେସ ନିକଟରୁ ରାଜସ୍ଥାନବାସୀ ସାବଧାନ ରୁହନ୍ତୁ ।

ABOUT THE AUTHOR

...view details