ପୁରୀ:ଚାପମୁକ୍ତ ରୁହ ନିଜକୁ ଗୁରୁତ୍ବ ଦିଅ । ଛାତ୍ରଛାତ୍ରୀ ପରୀକ୍ଷା ନେଇ ଚାପରେ ରହିବା ଉଚିତ ନୁହେଁ । ଚାପର ବଶବର୍ତ୍ତୀ ହୁଅ ନାହିଁ । ଶୃଙ୍ଖଳାର ସହିତ ସବୁ ମୁକାବିଲା ପାଇଁ ପ୍ରସ୍ତୁତ ହୁଅ ତେବେ ସଫଳତା ନିଶ୍ଚିନ୍ତ । ଅଧିକ ପରିଶ୍ରମ କଲେ ଚିନ୍ତାରେ ରହିବା ସ୍ବାଭାବିକ । ପରୀକ୍ଷାର ଚିନ୍ତା ଛାଡ ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଅ । ପସନ୍ଦ ଲାଗୁନଥିବା ବିଷୟ ଆମକୁ ବୋଝ ଭଳି ଲାଗେ । ପସନ୍ଦ, ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ସମୟ ମ୍ୟାନେଜମେଣ୍ଟ ପ୍ରତି ଯତ୍ନଶୀଳ ହୁଅ । ପରୀକ୍ଷା ଫଳାଫଳ ଜୀବନର ଶେଷ ନୁହେଁ । ଜୀବନ ଗୋଟିଏ ଷ୍ଟେସନରେ ଅଟକିନଥାଏ । ପରୀକ୍ଷା ଆସିଲେ ପିଲାଙ୍କ ମନରେ ଭୟ ଆସେ । ହେଲେ ଏହାକୁ କିପରି ମୁକାବିଲା କରିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଷ୍ଟର କ୍ଲାସ ନେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ତାଲକଟୋରା ଷ୍ଟାଡିୟମ୍ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପୁରୀର ତନ୍ମୟ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ । ତନ୍ମୟଙ୍କ ପ୍ରଶ୍ନ ଥିବା କିପରି ଅନୁଚିତ ସାଧନାରୁ ବଞ୍ଚିବୁ । ପରୀକ୍ଷାରେ କପି କିପରି ବନ୍ଦ ହେବ । ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଥିଲେ, "କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ଏ ଦିଗରେ ଅଧିକ ଚିନ୍ତିତ ଥାନ୍ତି । ସେମାନେ ଭାବନ୍ତି ମୁଁ ଏତେ ପରିଶ୍ରମ କରୁଛି ମାତ୍ର ଏମାନେ କପି କରି ମୋଠୁ ଅଧିକ ମାର୍କ ରଖୁଛନ୍ତି । ପୂର୍ବରୁ ଲୁଚି କପି କରୁଥିଲେ ମାତ୍ର ଏବେ ସୁପରଭାଇଜରଙ୍କୁ ବୋକା ବନାଇ କପି କରୁଥିବା ଛାତ୍ର କହୁଥିବା ଦେଖିବାକୁ ମିଳୁଛି । କପି କରି ମାର୍କ ରଖିବା ଭୟଙ୍କର । କପି କରୁଥିବା ପିଲା ପାଠପଢାରେ କମ୍ କପି କରିବାରେ ଅଧିକ କ୍ରିଏଟିଭ ପ୍ରଣାଳୀ କରୁଥିବା ଦେଖିବାକୁ ମିଳିଛି । ସେଥିରେ ଘଣ୍ଟାଘଣ୍ଟା ସମୟ ବର୍ବାଦ କରନ୍ତି ଏହା ପରିବର୍ତ୍ତେ ଯଦି ସେ ପାଠ ପଢିଥାନ୍ତେ କେବେ ସୁନ୍ଦର ହୋଇଥାନ୍ତା । ସେମାନଙ୍କୁ ଏଦିଗରେ ମାର୍ଗଦର୍ଶନର ଆବଶ୍ୟକାତା ରହିଛି । କପି କରି ସେହି ପରୀକ୍ଷାରେ ତ ଅଧିକ ମାର୍କ ରଖିଥାନ୍ତି ହେଲେ ଜୀବନର ବାକି ସବୁ ପରୀକ୍ଷାରେ ବିଫଳ ହେବ । ଜୀବନରେ ଫସି ଯିବେ । ନକଲରେ କେବେ ଭବିଷ୍ୟତ ତିଆରି ହୋଇପାରିବ ନାହିଁ । କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ଜୀବନରେ ରଙ୍ଗ ଭରି ଦେବ ସେମାନଙ୍କ ପରିଶ୍ରମ ।"