ଓଡିଶା

odisha

ETV Bharat / bharat

Central Vista Project: ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ - ସେଣ୍ଟ୍ରାଲ ଭିଷ୍ଟା

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ (Central Vista Project)କୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା କାର୍ଯ୍ୟାଳୟ ଉଦଘାଟନ ଅବସରରେ ମୋଦି ବିରୋଧୀଙ୍କୁୁ ଟାର୍ଗେଟ କହିଛନ୍ତି । ଅଧିକ ପଢନ୍ତୁ...

Central Vista Project: ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ
Central Vista Project: ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

By

Published : Sep 16, 2021, 7:43 PM IST

ନୂଆଦିଲ୍ଲୀ:ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ (Central Vista Project)କୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧ କରୁଥିବା ଲୋକେ ସେନାଠାରୁ ମିଳୁଥିବା ସୁବିଧା ବାବଦରେ ନିରବ ରହୁଥିଲେ ବୋଲି କସ୍ତୁରବା ଗାନ୍ଧୀ ମାର୍ଗ ଓ ଆଫ୍ରିକା ଆଭେନ୍ୟୁ ସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ଉଦଘାଟନ ଅବସରରେ କହିଛନ୍ତି ।

କଂଗ୍ରେସ ସମେତ ଅନ୍ୟ ବିରୋଧୀ ରାଜଧାନୀର ଏହି ପ୍ରକଳ୍ପ ଉପରେ କ୍ରମାଗତ ପ୍ରଶ୍ନ ଉଠାଇ ଆସୁଛନ୍ତି । ଏହାକୁ ଅନାବଶ୍ୟକ ବୋଲି କହୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ନବନିର୍ମିତ ପ୍ରତିରକ୍ଷା କାର୍ଯ୍ୟାଳୟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଂଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଲୋକେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ପଛରେ ଲାଠି ନେଇ ଦୌଡୁଛନ୍ତି, ସେମାନେ ଚତୁରତାର ସହ ଏହା ଉପରେ ନୀରବତା ଅବଲମ୍ବନ କରୁଛନ୍ତି । ଏହି ପ୍ରତିରକ୍ଷା କାର୍ଯ୍ୟାଳୟ ମଧ୍ୟ ସେଣ୍ଟ୍ରାଲ ଭିଷ୍ଟାର ଏକ ଅଂଶ ବୋଲି ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସର କାର୍ଯ୍ୟ 24 ମାସରେ ଶେଷ ହେବାକୁ ଥିବାବେଳେ ମାତ୍ର 12 ମାସରେ ଶେଷ ହୋଇଛି । କୋରୋନା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ସ୍ଥିତିରେ ଶ୍ରମଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । କୋରୋନା ଅବଧିରେ ଏହି ପ୍ରକଳ୍ପରେ ଶହ ଶହ ଶ୍ରମିକ ନିଯୁକ୍ତି ପାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସର ନିର୍ମାଣ ହେଉଛି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏକ ଅଂଶ । ଏହି ପ୍ରକଳ୍ପ ଅଧୀନରେ ଏକ ନୂତନ ସଂସଦ ଭବନ ଏବଂ ଏକ ନୂତନ କେନ୍ଦ୍ରୀୟ ସଚିବାଳୟ ନିର୍ମାଣ ସହିତ ରାଜପଥର ପୁନଃନିର୍ମାଣ କରାଯିବ। ନୂଆ ପ୍ରତିରକ୍ଷା କାର୍ଯ୍ୟାଳୟ ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହାର ପରିସର ପରିଦର୍ଶନ କରିଥିଲେ ଏବଂ ସେଣ୍ଟ୍ରାଲ ଭିଷ୍ଟା ୱେବସାଇଟ ମଧ୍ୟ ଉନ୍ମୋଚନ କରିଥିଲେ। ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସଗୁଡ଼ିକ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀର ପ୍ରାୟ 7,000 ଅଧିକାରୀଙ୍କ ପାଇଁ କାର୍ଯ୍ୟ କରିବାର ସ୍ଥାନ ପ୍ରଦାନ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ବାଧୀନତାର 75 ତମ ବର୍ଷରେ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ଦେଶର ରାଜଧାନୀ ବିକାଶ ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି।

ଜୋରଦାର ବିବାଦ ମଧ୍ୟରେ କ୍ରମାଗତ ଜାରି ରହିଛି ସେଣ୍ଟ୍ରେଲ ଭିଷ୍ଟା ପ୍ରୋଜେକ୍ଟ କାର୍ଯ୍ୟ । ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ପ୍ରୋଜେକ୍ଟକୁ ଗ୍ରୀନ ସିଗନାଲ ମିଳିବା ପରେ ବିରୋଧୀଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଥିଲେ କେନ୍ଦ୍ର ସରକାର । ଏବେ ସରକାର କଂଗ୍ରେସର ସମସ୍ତ ଅଭିଯୋଗର ଦସ୍ତାବିଜ ସହିତ ଜବାବ ଦେଇଥିଲେ ।

ନୂଆ ସଂସଦ ଭବନ ପାଇଁ 862 କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ସେହିପରି ସେଣ୍ଟ୍ରେଲ ଭିଷ୍ଟା ଆଭେନ୍ୟୁ ପାଇଁ ବ୍ୟୟ ଅଟକଳ ରହିଛି 477 କୋଟି ଟଙ୍କା । ଅର୍ଥାତ ମୋଟ ବ୍ୟୟ ଅଟକଳ 1300 କୋଟି ଟଙ୍କା । ବର୍ତ୍ତମାନ ସୁଦ୍ଧା ମାର୍ଚ୍ଚ 2021 ପର୍ଯ୍ୟନ୍ତ 195 କୋଟିର ଖର୍ଚ୍ଚ ଆସିଥିବା କହିଥିଲେ ବିଭାଗୀୟ ମନ୍ତ୍ରୀ ।

ABOUT THE AUTHOR

...view details