ଓଡିଶା

odisha

ETV Bharat / bharat

ଦୟାନନ୍ଦ ସରସ୍ବତୀଙ୍କ ଜନ୍ମ ଜୟନ୍ତୀ ସମାରୋହ, ଗରିବଙ୍କ ସେବା ଦେଶର ପ୍ରଥମ ଯଜ୍ଞ କହିଲେ ପ୍ରଧାନମନ୍ତ୍ରୀ

ସାମାଜିକ ସଂସ୍କାରଣ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ 200ତମ ଜନ୍ମ ଜୟନ୍ତୀ ସମାରୋହକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Dayanand Saraswatis 200th birth anniversary celebrations
Dayanand Saraswatis 200th birth anniversary celebrations

By

Published : Feb 12, 2023, 2:05 PM IST

ନୂଆଦିଲ୍ଲୀ:ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ 200ତମ ଜନ୍ମ ଜୟନ୍ତୀ ସମାରୋହକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମାରୋହକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୟାନନ୍ଦ ସରସ୍ବତୀ ଜ୍ଞାନ ଓ ଆଧ୍ୟାତ୍ମତିକତାର ଆଲୋକ ଥିଲେ । ମହର୍ଷି ଦୟାନନ୍ଦ ସରସ୍ବତୀ ଦେଖାଇଥିବା ମାର୍ଗ କୋଟି କୋଟି ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି । ଏକବିଂଶ ଶତାଦ୍ଦୀରେ ଆଜି ବିଶ୍ବ ଅନେକ ବିବାଦରେ ଫସି ରହିଛି । ହିଂସା ଏବଂ ଅସ୍ଥିରତାରେ ଘେରି ହୋଇ ରହିଛି । ଏହି ସମୟରେ ସରସ୍ବତୀ ଦୟାନନ୍ଦଙ୍କ ଦେଖାଇଥିବା ମାର୍ଗ କୋଟି କୋଟି ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରୁଛି । ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ 200ତମ ଜନ୍ମ ଜୟନ୍ତୀ ଇତିହାସ ଏବଂ ଭବିଷ୍ୟତ ଇତିହାସ ତିଆରି କରିବାର ଅବସର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ସମଗ୍ର ବିଶ୍ବ ପାଇଁ ମାନବାତର ଭବିଷ୍ୟ ପାଇଁ ପ୍ରେରଣାର ମୂହୁର୍ତ୍ତ । ସମଗ୍ର ବିଶ୍ବକୁ ଶ୍ରେଷ୍ଠ କରି ଗଢି ତୋଳିବା ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଆଦର୍ଶ ଥିଲା । ଶ୍ରେଷ୍ଠ ବିଚାର ସହ ମାନବିକ ଆଦର୍ଶର ସଞ୍ଚାର କରିବା ହିଁ ଲକ୍ଷ୍ୟ । ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଏହି ପବିତ୍ର 200ତମ ଜନ୍ମ ଜୟନ୍ତୀ ସମାରୋହ 2 ବର୍ଷ ଦେବାକୁ ଯାଉଛି । ଭାରତ ସରକାର ଏହି ମହୋତ୍ସବ ପାଳନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ମାନବାତାର କଲ୍ୟାଣ ପାଇଁ ଅବିରତ ସାଧନା ଚାଲିଛି । ସ୍ବାମୀ ଦୟାନନ୍ଦ ସରସ୍ବତୀ ଆଗରୁ ଆସି ସମାଜକୁ ପର୍ନଃଜୀବିତ କରିଛନ୍ତି । ସେ ସାମିଜିକ ଭେଦଭାବ, ଉଚ୍ଚନୀଚ, ଛୁଆଁ ଅଛୁଆଁ ଭଳି ସାମାଜିକ କୁପ୍ରଥା ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ ।''

ଏହା ବି ପଢନ୍ତୁ...ବଦଳିଲେ 12 ରାଜ୍ୟର ରାଜ୍ୟପାଳ, ବିଶ୍ବ ଭୂଷଣ ହେଲେ ଛତିଶଗଡ ରାଜ୍ୟପାଳ

ମହିଳାଙ୍କୁ ନେଇ ସମାଜ ଯେଉଁ ଥିବା କୁପ୍ରଥା ବିରୋଧରେ ସ୍ବାମୀ ଦୟାନନ୍ଦ ସ୍ବର ଉଠାଇଥିଲେ । ସେ ମହିଳାଙ୍କ ବିରୋଧରେ ଭେଦଭାବର ଖଣ୍ଡନ କରିଥିଲେ । ମହିଳା ଶିକ୍ଷା ଅଭିଯାନ ଆରମ୍ଭ କରିଥିଲେ ସ୍ବାମୀ ଦୟାନନ୍ଦ ସରସ୍ବତୀ । ଆଜି ଆମ ଦେଶର ଝିଅ ଯୁଦ୍ଧ ବିମାନ ଉଡାଉଛନ୍ତି । ଶତ୍ରୁ ସହ ମୁକାବିଲା କରୁଛନ୍ତି । ଆଜି ଦେଶ ଗର୍ବର ସହିତ ମୁଣ୍ଡ ଉପରକୁ କରି ବଞ୍ଚୁଛି । ଆଧୁନିକତା ଆଣିବା ସହ ପରମ୍ପରାକୁ ସମୃଦ୍ଧ କରିବାକୁ ଦେଶ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ ସହ କହୁଛି । ଯିଏ ଗରିବ, ଯିଏ ବଞ୍ଚିତ ସେମାନଙ୍କ ସେବା ଦେଶ ପାଇଁ ପ୍ରଥମ ଯଜ୍ଞ । ଆଦି ଦେଶ ବିନା ଭେଦଭାବ ନୀତି ଏବଂ ପ୍ରୟାସକୁ ନେଇ ଆଗକୁ ବଢୁଛି ।

ପ୍ରକାଶ ଥାଉ କି, ମହର୍ଷି ଦୟାନନ୍ଦ ସରସ୍ୱତୀ ଫେବୃଆରୀ ୧୨, ୧୮୨୪ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସମାଜିକ ସଂସ୍କାରକ ଥିଲେ । ଯିଏକି ୧୮୭୫ ମସିହାରେ ସମାଜରୁ ଭେଦଭାବକୁ ଦୂର କରିବା ପାଇଁ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ସମାଜ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ABOUT THE AUTHOR

...view details