ଓଡିଶା

odisha

Vikram-s: ପ୍ରଥମ ଘରୋଇ ରକେଟ୍‌ର ସଫଳ ଉତ୍‌କ୍ଷେପଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

By

Published : Nov 18, 2022, 5:39 PM IST

Updated : Nov 18, 2022, 9:18 PM IST

ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟ୍ 'ବିକ୍ରମ-ଏସ୍'ର ସଫଳ ପରୀକ୍ଷଣ ପରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ଘରୋଇ ମହାକାଶ ଉଦ୍ୟୋଗ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଅଧିକ ପଢ଼ନ୍ତୁ

ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'ର ସଫଳ ଉତ୍‌କ୍ଷେପଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'ର ସଫଳ ଉତ୍‌କ୍ଷେପଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟ୍ 'ବିକ୍ରମ-ଏସ୍'ର ସଫଳ ପରୀକ୍ଷଣ ହୋଇଛି(India first private rocket Vikram-S launched successfully) । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଦିନ 11:30ରେ ଏହି ପରୀକ୍ଷଣ ହୋଇଛି । ତେବେ ଏନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ଭାରତର ଘରୋଇ ମହାକାଶ ଉଦ୍ୟୋଗ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, "ସ୍କାଏରୁଟ୍ ଏରୋସ୍ପେସ୍‌ ଦ୍ବାରା ବିକଶିତ ଭାରତୀୟ ରକେଟ 'ବିକ୍ରମ-ଏସ' ଆଜି ଶ୍ରୀହରିକୋଟାରୁ ଉଡ଼ାଣ ଭରିଛି । ଏହା ଭାରତ ପାଇଁ ଏକ ଐତିହାସିକ ସମୟ । ଏହା ଭାରତର ଘରୋଇ ମହାକାଶ ଉଦ୍ୟୋଗ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । ଦେଶକୁ ଏଭଳି ଉପଲବ୍ଧି ଦେଇଥିବାରୁ ଇସ୍ରୋ(ISRO) ଏବଂ IN-SPACe (Indian National Space Promotion and Authorisation Centre)କୁ ଶୁଭେଚ୍ଛା ।"

ସେହିଭଳି ଏହା ଦେଶ ପାଇଁ ଗୌରବର ମୂହୁର୍ତ୍ତ ବୋଲି ଲେଖିବା ସହିତ ISRO, IN-SPACe ଓ ସ୍କାଏରୁଟ୍ ଏରୋସ୍ପେସ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ISROକୁ ଶୁଭେଚ୍ଛା ଜଣାଇବା ସହିତ ଭାରତର ମହାକାଶ ଅନୁସନ୍ଧାନରେ ଏକ ନୂତନ ଯୁଗର ଆରମ୍ଭ ବୋଲି ଲେଖିଛନ୍ତି ।

ଏହି ଉତ୍‌କ୍ଷେପଣ ସହ ଭାରତୀୟ ମହାକାଶ ଗବେଷଣା ଇତିହାସରେ ପ୍ରଥମ କରି ଘରୋଇ ଉଦ୍ୟୋଗର ପ୍ରବେଶ ହୋଇଛି । ଏହା ପେଲୋଡ୍ 'Fun-Sat' ସହ ଦୁଇ ଜଣ ଭାରତୀୟ ଏବଂ ଜଣେ ଅନ୍ତର୍ଜାତୀୟ କଷ୍ଟମର୍ସଙ୍କୁ ନେଇ ଉଡାଣ ଭରିଛି । ତେବେ ଏହି ପେଲୋଡ୍ 'Fun-Sat' ଭାରତ, ଆମେରିକା, ସିଙ୍ଗାପୁର ଏବଂ ଇଣ୍ଡୋନେସିଆର ଛାତ୍ରମାନଙ୍କ ଦ୍ୱାରା ବିକଶିତ ହୋଇଛି । ସେହିପରି ହାଇଦ୍ରାବାଦ ସ୍ଥିତ ସ୍କାଏରୁଟ୍(Skyroot Aerospace Pvt Ltd) ନାମକ ଏକ ଘରୋଇ ମହାକାଶ ଗବେଷଣା କମ୍ପାନୀ, ଇସ୍ରୋ(ISRO) ଏବଂ IN-SPACe (Indian National Space Promotion and Authorisation Centre) ସହଯୋଗରେ ପ୍ରସ୍ତୁତ ହୋଇଛି ବିକ୍ରମ ଏସ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 18, 2022, 9:18 PM IST

ABOUT THE AUTHOR

...view details