ଓଡିଶା

odisha

By

Published : Dec 11, 2022, 11:24 AM IST

Updated : Dec 11, 2022, 2:22 PM IST

ETV Bharat / bharat

ନାଗପୁର-ବିଳାସପୁର ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୋଦି

ନାଗପୁର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଟ୍ରେନରେ ଯାତ୍ରା କରି ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୋଦି । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତ କରିଛନ୍ତି । ନାଗପୁରରେ ପହଞ୍ଚିବା ପରେ ସବୁଜ ପତାକା ଦେଖାଇ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ (PM Modi flags off Vande Bharat Express on Nagpur Bilaspur route )। ଯାହା ଦେଶର ଷଷ୍ଠ ବନ୍ଦେ ଭାରତ ଟ୍ରେନ । ମହାରାଷ୍ଟ୍ର ନାଗପୁର ଓ ଛତିଶଗଡର ବିଳାସପୁର ମଧ୍ୟରେ ଏହି ଏକ୍ସପ୍ରେସ ଯାତାୟତ କରିବ । ମେଟ୍ରୋର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋରେ ଫ୍ରିଡମ ପାର୍କ ମେଟ୍ରୋ ଷ୍ଟେସନରୁ ଖାଫ୍ରି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି ସମୟରେ ସେ ଟ୍ରେନରେ ଛାତ୍ରଛାତ୍ରୀଙ୍କ ସହ କଥା ମଧ୍ୟ ହୋଇଥିଲେ । ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଫ୍ରିଡମ୍ ପାର୍କ ଷ୍ଟେସନରେ ନିଜ ଟିକେଟ ନିଜେ କରିଥିଲେ ପ୍ରଧାନମନ୍ତ୍ରୀ ।ଆଜି ସକାଳ ସମୟରେ ନାଗପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୱାରୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାଭିସ ତାଙ୍କୁ ସ୍ବାଗତ କରିଥିଲେ ।

ନାଗପୁର ଏମ୍ସ ହସ୍ପିଟାଲ ଉଦଘାଟନ

ସେହିପରି ଆଜି ନାଗପୁର ଏମ୍ସକୁ ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଜୁଲାଇ ୨୦୧୭ ମସିହାରେ ନାଗପୁର ଏମ୍ସର ଶିଳାନ୍ୟାସ କରିଥିଲେ ମୋଦି । ୧୫୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ନାଗପୁର ଏଏମ୍ସ ଅତ୍ୟାଧୁନିକ ସୁବିଧା ସହ ଓପିଡି, ଆଇପିଡି, ନିଦାନ ସେବା, ଅସ୍ତ୍ରୋପଚାର କକ୍ଷ ଓ ଡାକ୍ତରୀ ବିଜ୍ଞାନ ଅଧୀନରେ ଆସୁଥିବା ୩୮ପ୍ରକାର ସମସ୍ତ ପ୍ରକାର ଚିକିତ୍ସା ଓ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ରହିଛି । ଏହି ହସ୍ପିଟାଲ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବ ।

ସମୃଦ୍ଧି ମହାମାର୍ଗର ଉଦଘାଟନ

ନାଗପୁର ଏମ୍ସ ଉଦଘାଟନ ପରେ ସମୃଦ୍ଧି ମହାମାର୍ଗର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ନାଗପୁରରୁ ଶିରିଡି ସଂଯୋଗ କରୁଥିବା ୫୨୦ କିଲୋମିଟର ଦୀର୍ଘ ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଯୋଗଯୋଗ ଭିତ୍ତିଭୂମିକୁ ସମୃଦ୍ଧି ମହାମାର୍ଗ (smruddhi Mahamarg or Nagpur Mumbai Super Communication Expressway projec) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପ୍ରାୟ ୫୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ୭୦୧ କିଲୋମିଟର ଦୀର୍ଘ ଏକ୍ସପ୍ରେସ ୱେ ଭାରତର ସର୍ବବୃହତ ଓ ମହାରାଷ୍ଟ୍ରର ୧୦ଟି ଜିଲ୍ଲା ଏବଂ ପ୍ରମୁଖ ସହରାଞ୍ଚଳ ଅମରାବତୀ, ଔରଙ୍ଗାବାଦ ଓ ନାସିକ ଦେଇ ଏହା ନିର୍ମିତ ହେଉଛି । ଏହି ଏକ୍ସପ୍ରେସ ୱେ ପାଖାପାଖି ୧୪ଟି ଅନ୍ୟାନ୍ୟ ଜିଲ୍ଲାର ସଂଯୋଗୀକରଣରେ ଉନ୍ନତି ଆଣିବା ସହ ରାଜ୍ୟର ବିଦର୍ଭ, ମରଠାୱାଡା ଓ ଉତ୍ତର ମହାରାଷ୍ଟ୍ର ସମେତ ମୋଟ ୨୪ଟି ଜିଲ୍ଲାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବ ।

Last Updated : Dec 11, 2022, 2:22 PM IST

ABOUT THE AUTHOR

...view details