ଓଡିଶା

odisha

ETV Bharat / bharat

53 ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର, ଶୁଭେଚ୍ଛା ଜଣାଇଲେ ମୋଦି

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । 53 ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

By

Published : Jun 26, 2022, 12:16 PM IST

Updated : Jun 26, 2022, 1:17 PM IST

pm modi extends birthday greetings to union minister dharmendra pradhan
53 ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । 53 ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର। ଜଣେ ଓଡ଼ିଆ ଭାବେ ମୋଦିଙ୍କ ସରକାରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ନିଜ ଦାୟିତ୍ବ ତୁଲାଇବା ପରେ ଦେଶର ଶିକ୍ଷା ଦାୟିତ୍ବ ସମ୍ଭାଳିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରକୁ ମଜବୁତ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ କାମନା କରୁଛି ।" ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ ଯୋଗେ ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅମିତ ଶାହ କହିଛନ୍ତି, " ଭାଜପାର ବରିଷ୍ଠ ନେତା ତଥା ମନ୍ତ୍ରୀମଣ୍ଡଳରେ ମୋର ବନ୍ଧୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା । ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ବୈଷୟିକ ଜ୍ଞାନକୌଶଳର ବିଦ୍ୟାର୍ଥୀଙ୍କୁ ଉଜ୍ଜଳ ଭବିଷ୍ୟତ ଦେବା କ୍ଷେତ୍ରରେ ଆପଣଙ୍କ ପ୍ରୟାସ ପ୍ରଶଂସନୀୟ । ଭଗବାନଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଆୟୁ କାମନା କରୁଛି"। ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି । ରାଜନାଥ କହିଛନ୍ତି,"କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ସେ ଏପରି ଜଣେ ନେତା, ଯିଏ ଉଭୟ ଦଳ ଏବଂ ସରକାରଙ୍କ ସହ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଦେଶର ଶିକ୍ଷା ଓ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଇକୋଶିଷ୍ଟମ ପ୍ରତିପୋଷଣ ପାଇଁ ଦୃଢତାର ସହ ପ୍ରୟାସ ଜାରି ରଖିଛନ୍ତି । ତାଙ୍କୁ ଦୀର୍ଘ ଆୟୁ କାମନା କରୁଛି"। ସେହିପରି ବିଭିନ୍ନ ମହଲରୁ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Last Updated : Jun 26, 2022, 1:17 PM IST

ABOUT THE AUTHOR

...view details