ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ବଜ୍ରପାତ ନେଲା 16 ଜୀବନ: ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କଲେ ମୋଦି - ବଜ୍ରାଘାତ

ରାଜସ୍ଥାନରେ ବଜ୍ରାଘାତରେ 16 ଜଣଙ୍କ ମୃତ୍ୟୁ ଘଟଣା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗଭୀର ସମବେଦନା ଜଣାଇଛନ୍ତି । ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ଯ ସରକାର। ଅଧିକ ପଢନ୍ତୁ...

PM Modi express grief as lightning kills 16 people in Rajasthan
ବଜ୍ରାଘାତରେ 16 ଜଣଙ୍କ ମୃତ୍ୟୁ ଘଟଣା : ଦୁଃଖ ପ୍ରକାଶ କଲେ ମୋଦି, ସହାୟତା ଘୋଷଣା

By

Published : Jul 12, 2021, 11:54 AM IST

ନୂଆଦିଲ୍ଲୀ: ରାଜସ୍ଥାନରେ ବଜ୍ରାପାତରେ 16 ଜଣଙ୍କ ମୃତ୍ୟୁ ଘଟଣା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗଭୀର ସମବେଦନା ଜଣାଇଛନ୍ତି । ଏନେଇ ଟୁଇଟ ଯୋଗେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ କରିଛନ୍ତି ଯେ, ରାଜସ୍ଥାନର କିଛି ଅଞ୍ଚଳରେ ବଜ୍ରପାତ ହେତୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଲୋକଙ୍କ ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖିତ । ଏହାସହ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ରବିବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟରେ ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ସେପଟେ ଆହତ ମାନଙ୍କ ପାଇଁ ମଧ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଟା, ଠୋଲପୁର, ଝଲଓ୍ବାର, ଜୟପୁର ଏବଂ ବାରାନ ଜିଲ୍ଲାରେ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

ଅନ୍ୟପଟେ,ଜୟପୁର ପୋଲିସ କମିଶନର ସୂଚନା ଦେଇଛନ୍ତି ଯେ ବଜ୍ରପାତ ପରେ ଅମେର ଦୁର୍ଗ ଅଞ୍ଚଳରୁ 29 ଜଣଙ୍କୁ ଉଦ୍ଧାର କରାଯାଇଛି । ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

@ANI

ABOUT THE AUTHOR

...view details