ଓଡିଶା

odisha

ETV Bharat / bharat

37th PRAGATI Meeting; 8ଟି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି (ବୁଧବାର) ପ୍ରଗତିର ୩୭ତମ ସଂସ୍କରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

By

Published : Aug 26, 2021, 7:41 AM IST

Progati Meeting
Progati Meeting

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି(ବୁଧବାର) ପ୍ରଗତିର ୩୭ ତମ ସଂସ୍କରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାହାକି ସକ୍ରିୟ ପ୍ରଶାସନ ଏବଂ ସଠିକ ସମୟରେ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜଡିତ ଆଇସିଟି ଆଧାରିତ ମଲ୍ଟି ମୋଡାଲ ପ୍ଲାଟଫର୍ମ ।

ବୈଠକରେ ନଅଟି ବିଷୟ ଉପରେ ସମୀକ୍ଷା କରାଯାଇଥିଲା, ଯେଉଁଥିରେ ଆଠଟି ପ୍ରକଳ୍ପ ଓ ଗୋଟିଏ ଯୋଜନା ଅନ୍ତର୍ଭୁକ୍ତ ଥିଲା । ଆଠଟି ପ୍ରକଳ୍ପ ମଧ୍ୟରୁ ରେଳ ମନ୍ତ୍ରଣାଳୟ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟରୁ ତିନିଟି ଓ ଦୁଇଟି ପ୍ରକଳ୍ପ ଶକ୍ତି ମନ୍ତ୍ରଣାଳୟର ଥିଲା । ୧୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା, ଛତିଶଗଡ, ଅରୁଣାଚଳ ପ୍ରଦେଶ, ସିକ୍କିମ, ଉତ୍ତରାଖଣ୍ଡ, ମଣିପୁର ଏବଂ ଦିଲ୍ଲୀ ସହିତ ଜଡିତ ଏହି ଆଠଟି ପ୍ରକଳ୍ପର ମୋଟ ମୂଲ୍ୟ ୧, ୨୬,୦୦୦ କୋଟି ଟଙ୍କା ରହିଛି । ଏହି ପ୍ରକଳ୍ପ ଗୁଡିକ ଠିକ ସମୟରେ ସମାପ୍ତ ହେବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ।

ସେହିପରି ବୈଠକରେ ପ୍ରଧାନମନ୍ତ୍ରୀ ୱାନ ନେସନ-ୱାନ ରେସନ କାର୍ଡ (ଓଏନଓଆରସି) ଯୋଜନାର ସମୀକ୍ଷା କରିଥିଲେ । ଏହି ଯୋଜନା ଅଧୀନରେ ବିକଶିତ ବୈଷୟିକ ପ୍ଲାଟଫର୍ମର ବହୁମୁଖୀ ଉପଯୋଗିତା ଅନୁସନ୍ଧାନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଦ୍ବାରା ସାଧାରଣ ନାଗରିକଙ୍କୁ ଏହାର ସୁବିଧା ଯୋଗାଇ ଦିଆଯାଇ ପାରିବ । ଏହାବାଦ ଅମ୍ଳଜାନ ପ୍ଲାଣ୍ଟ ର୍ନିମାଣ ଓ ଡାକ୍ତରଖାନା ଗୁଡିକରେ ଶଯ୍ୟା ଉପଲବ୍ଧତା ଉପରେ ନିରନ୍ତର ନଜର ରଖିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶେଷରେ ପୂର୍ବ ପ୍ରଗତି ବୈଠକରେ ମୋଟ ୧୩.୭୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୯୨ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

@ANI

ABOUT THE AUTHOR

...view details