ଓଡିଶା

odisha

By

Published : May 16, 2021, 7:08 PM IST

ETV Bharat / bharat

କୋଭିଡ ସ୍ଥିତି: 3 ରାଜ୍ୟ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ରବିବାର ପ୍ରଧାନମନ୍ତ୍ରୀ ମୋଦି କୋଭିଡ ସମ୍ପର୍କରେ ଆଲୋଚନା କରିବା ପାଇଁ 3 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ବୈଠକ ଡାକିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ସ୍ଥିତି: 3 ରାଜ୍ୟ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି
କୋଭିଡ ସ୍ଥିତି: 3 ରାଜ୍ୟ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ:ରାଜସ୍ଥାନ, ଛତିଶଗଡ, ଉତ୍ତର ପ୍ରଦେଶ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶର ମୋଟ ସକ୍ରିୟ ମାମଲା ମଧ୍ୟରେ ରାଜସ୍ଥାନ, ଛତିଶଗଡ ଓ ଉତ୍ତରପ୍ରଦେଶ ସମେତ ଆଉ 10ଟି ଜିଲ୍ଲାରେ 74.69 ପ୍ରତିଶତ ମାମଲା ରହିଛି । ରାଜସ୍ଥାନରେ ବର୍ତ୍ତମାନ 2 ଲକ୍ଷ 8 ହଜାର 698 ସକ୍ରିୟ ମାମଲା ରହିଥିବା ବେଳେ ଉତ୍ତରପ୍ରଦେଶରେ 1 ଲକ୍ଷ 77 ହଜାର 643 ଓ ଛତିଶଗଡରେ 1 ଲକ୍ଷ 10 ହଜାର 401 ସକ୍ରିୟ ମାମଲା ରହିଛି । ସେପଟେ ଗତ 24 ଘଣ୍ଟାରେ ରାଜସ୍ଥାନରେ 13 ହଜାର 575 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ 12 ହଜାର 513 ଜଣ ଚିହ୍ନଟ ହୋଇଛନ୍ତି ।

ଦେଶରେ ସର୍ବାଧିକ କୋରୋନା ଜନିତ ମୃତ୍ୟୁ ହେଉଥିବା 10 ରାଜ୍ୟ ମଧ୍ୟରେ ମଧ୍ୟ ରାଜସ୍ଥାନ ଓ ଉତ୍ତରପ୍ରଦେଶ ରହିଛି । ଗତ 24 ଘଣ୍ଟା ମଧ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟରେ ଏହି 2 ରାଜ୍ୟରେ 75.55 ପ୍ରତିଶତ ମୃତ୍ୟୁ ମାମଲା ରହିଛି । ଏହାରି ମଧ୍ୟରେ ରବିବାର ଦେଶରେ 3 ଲକ୍ଷ 11 ହଜାର 170 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 3 ଲକ୍ଷ 62 ହଜାର 437 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 46 ଲକ୍ଷ 84 ହଜାର 77ରେ ପହଞ୍ଚିଥିବାବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 7 ଲକ୍ଷ 95 ହଜାର 335ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ଦେଶରେ 36 ଲକ୍ଷ 18 ହଜାର 458 ସକ୍ରିୟ ମାମଲା ରହିଥିବା ବେଳେ ମୃତ୍ୟ ସଂଖ୍ୟା 2 ଲକ୍ଷ 70 ହଜାର 284 ରହିଛି ।

@ANI

ABOUT THE AUTHOR

...view details