ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ମୋଦିଙ୍କ ନୂଆ ଟିମର ଶପଥ ଉତ୍ସବ ଆରମ୍ଭ ହୋଇସାରିଛି । ସାମ୍ନାକୁ ଆସିସାରିଛି କ୍ୟାବିନେଟରେ ସାମିଲ ହେବାକୁଥିବା 43 ନେତାଙ୍କ ଫାଇଲାନ ଲିଷ୍ଟ ।
ତାଲିକାରେ ଅନେକ ବଡ ନେତାଙ୍କୁ ଦିଆଯାଇଛି ସ୍ଥାନ । ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ । ଡାକ୍ତର ବିରେନ୍ଦ୍ର କୁମାର, ଅଶ୍ବିନୀ ବୈଷ୍ଣବ, ପଶୁପତି ପାରସଙ୍କ ସମେତ ଅନେକ ନେତାଙ୍କ ନାଁ ସାମିଲ ରହିଛି ।
ଏହାସହିତ ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲ, ଜି କିଶନ ରେଡ୍ଡୀ, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂହ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ନେଇ ନିଆଯାଇଛି ନିଷ୍ପତ୍ତି ।