ଓଡିଶା

odisha

ETV Bharat / bharat

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ହେବେ ସାମିଲ - Pm Modi attend Shinzo Abe funeral

ଆଜି ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ (Pm Modi attend Shinzo Abe funeral) । ସାମିଲ ହେବା ପାଇଁ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି (PM Modi arrives in Tokyo) । ଜୁଲାଇ 8ରେ ଏକ ନିର୍ବାଚନୀ ସଭାରେ ସିଞ୍ଜୋଙ୍କୁ ଗୁଳି କରି ହତ୍ୟା କରିଥିଲା ଆତତାୟୀ । ଅଧିକ ପଢନ୍ତୁ

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ସିଞ୍ଜୋ ଆବେଙ୍କ ଶେଷକୃତ୍ଯରେ ହେବେ ସାମିଲ
ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ସିଞ୍ଜୋ ଆବେଙ୍କ ଶେଷକୃତ୍ଯରେ ହେବେ ସାମିଲ

By

Published : Sep 27, 2022, 7:09 AM IST

Updated : Sep 27, 2022, 10:09 AM IST

ଟୋକିଓ: ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi arrives in Tokyo)। ଆଜି ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ । ଜୁଲାଇ 8 ରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଶିକାର ହୋଇ ପ୍ରାଣ ହରାଇଥିଲେ ସିଞ୍ଜୋ । ଆଜି ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ (Pm Modi attend Shinzo Abe funeral)ହେବା ନେଇ ଧାର୍ଯ୍ୟ କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି । ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ମଧ୍ୟ ସିଞ୍ଜୋଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି ।

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ସିଞ୍ଜୋ ଆବେଙ୍କ ଶେଷକୃତ୍ଯରେ ହେବେ ସାମିଲ

ଜୁଲାଇ 8 ତାରିଖ ଜାପାନର ସ୍ଥାନୀୟ ସମୟ 11.30ରେ ଓସାକା ସହରରେ ସିଞ୍ଜୋ (shinzo abe death ) ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାବେଳେ ହଠାତ ଖୁବ ନିକଟରୁ ଗୁଳିମାଡ କରିଥିଲା ଜଣେ ଦୁର୍ବୃତ୍ତ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଳି ଚଳାଇଥିବା ଆତତାୟୀଜଣଙ୍କ ଜଣେ ପୂର୍ବତନ ନୌସେନା ଅଧିକାରୀ ଭାବେ ମଧ୍ୟ ଚିହ୍ନଟ ହୋଇଥିଲା ।

ତେବେ ଜାପାନର ପରମ୍ପରା ଅନୁସାରେ ଆଜି ସିଞ୍ଜୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ଜାପାନ ପକ୍ଷରୁ ସ୍ଥିର କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମେତ ବହୁ ବିଶିଷ୍ଟ ରାଷ୍ଟ୍ରମୁଖ୍ୟ ମଧ୍ୟ ଜାପାନ ଗସ୍ତ କରିବେ । ସିଞ୍ଜୋଙ୍କ ଶେଷକୃତ୍ୟ ରାଜଧାନୀ ଟୋକିଓରେ ହେବାକୁ ଯାଉଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି ଜାପାନ ସରକାର । ଏକାଧିକ ଅନ୍ୟ ରାଷ୍ଟ୍ରମୁଖ୍ୟ ସାମିଲ ହେଉଥିବାରୁ ସୁରକ୍ଷା ପାଇଁ ପ୍ରାୟ 11 ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯାଉଥିବା ଜାପାନର କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ହେଉଛି ଜାପାନ ଇତିହାସରେ ଦ୍ବିତୀୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ କାର୍ଯ୍ୟକ୍ରମ । ଏହା ପୂର୍ବରୁ 1967 ରେ ଜାପାନର ଅନ୍ୟ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଗୋରୁ ୟୋସିଦାଙ୍କର (Shigeru Yoshida) ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ କରାଯାଇଥିଲା ।

ସିଞ୍ଜୋଙ୍କ କାର୍ଯ୍ୟକାଳରେ ଭାରତ-ଜାପାନର ଦ୍ବିପାକ୍ଷିକ ସମ୍ପର୍କ ବେଶ ସୁଦୃଢ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଞ୍ଜୋ ଆବେଙ୍କ ମଧ୍ୟରେ ମଧ୍ୟ ବେଶ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଥିଲା । ସିଞ୍ଜୋଙ୍କ କାର୍ଯ୍ୟକାଳରେ ମୁମ୍ବାଇ-ଅହମ୍ମଦାବାଦ ତଥା ଭାରତର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଯାହା ବର୍ତ୍ତମାନ ମଧ୍ୟ ନିର୍ମାଣାଧୀନ ରହିଛି । ସିଞ୍ଜୋଙ୍କ ହତ୍ୟା ପରେ ଗଭୀର ଶୋକବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେ ଜଣେ ଭଲ ବନ୍ଧୁଙ୍କୁ ହରାଇଲେ ବୋଲି ମଧ୍ୟ ଟ୍ବିଟ କରିଥିଲେ ।

Last Updated : Sep 27, 2022, 10:09 AM IST

ABOUT THE AUTHOR

...view details