ନୂଆଦିଲ୍ଲୀ: ଆଜି ରଙ୍ଗ ଏବଂ ଖୁସିର ପର୍ବ ହୋଲି । ପୁରପଲ୍ଲୀରେ ଚାଲିଛି ହୋଲିର ସେଲିବ୍ରେସନ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି । ପରସ୍ପରକୁ ଫଗୁ ଅବିର ଲଗାଇ ରଙ୍ଗର ପର୍ବ ପାଳୁଛନ୍ତି ଲୋକେ । ତେବେ ପବିତ୍ର ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟ୍ବିର କରି କହିଛନ୍ତି, "ଉଲ୍ଲାସ ଏବଂ ଆନନ୍ଦର ପର୍ବ ହୋଲିରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ସ୍ନେହ ଓ ଭାଇଚାରାର ଏହି ପର୍ବ ଆମ ଦେଶରେ ବିବିଧତା ମଧ୍ୟରେ ଏକତା ସମାଜରେ ରଙ୍ଗ ଓ ସୌହାର୍ଦ୍ୟର ପ୍ରତୀକ । ହୋଲି ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ, ଏତିକି ମୋର କାମନା ।"
ସେହିପରି ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, "ଦେଶବାସୀଙ୍କୁ ହୋଲିର ଅନେକ ଅନେକ ଶୁଭେଚ୍ଛା । ଆପଣଙ୍କ ଜୀବନରେ ହୋଲି ଆନନ୍ଦ ଭରିଦେଉ ।"
ଏହା ମଧ୍ୟ ପଢନ୍ତୁ: ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ
ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି କହିଛନ୍ତି, "ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ।"
ଅନ୍ୟପଟେ ଗୃହମନ୍ତ୍ରୀ ଅମିତା ଶାହ ଟ୍ବିଟ କରି କହିଛନ୍ତି, "ରଙ୍ଗ, ଆଶା, ଖୁସି ଏବଂ ଉଲ୍ଲାସର ପର୍ବ ହୋଲି ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଖୁସିର ଏହି ପର୍ବ ଆପଣଙ୍କ ଜୀବନରେ ନୂଆ ଉନ୍ମାଦନା ସୃଷ୍ଟି କରୁ ।"
ଏହା ମଧ୍ୟ ପଢନ୍ତୁ: Delhi Liquor Policy case: କେସିଆରଙ୍କ ଝିଅଙ୍କୁ EDର ସମନ, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ହୋଲିର ପର୍ବରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ହସ, ଖୁସି ଏବଂ ଉଲ୍ଲାସର ପ୍ରତୀକ ହେଉଛି ଏହି ହୋଲି ପର୍ବ । ଏହି ପର୍ବ ଆପଣଙ୍କ ଜୀବନରେ ସଫଳତା ଏବଂ ଉତ୍ତମ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ନୂଆ ରଙ୍ଗ ଭରିଦେଉ, ମୁଁ ଏତିକି କାମନା କରୁଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ