ନୂଆଦିଲ୍ଲୀ:କୋରୋନା ସଂଙ୍କଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନର କଥା କହି କୋରୋନା ଏହି ସଂଙ୍କଟ କାଳରେ ଧର୍ଯ୍ୟ ଧରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ଭ୍ୟାକ୍ସିନକୁ ନେଇ କୌଣସି ମିଥ୍ୟା ପ୍ରଚାର ନ କରାଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କୋରୋନାର ଦ୍ବିତୀୟ ଲହର ଦେଶକୁ ଦୋହଲାଇ ଦେଇଛି । ଏ ନେଇ ଆମ ସମସ୍ତଙ୍କୁ ଭ୍ୟାକ୍ସିନ ନେବାକୁ ପଡିବ ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡିବ । 'ଦବାଇ ଭି କଡାଇ ଭି' ମନ୍ତ୍ରକୁ କେବେ ବି ଭୁଲିବା କଥା ନିହେଁ । ଖୁବ ଶୀଘ୍ର ଆମେ ସମସ୍ତେ ମିଶି ଏହି ବିପଦରୁ ବାହାରିବା ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗୋଟିଏ ପଟେ ଦେଶ ଡାକ୍ତରଖାନା, ଭେଣ୍ଟିଲେଟର ଓ ମେଡିସିନ ପାଇଁ କାମ କରୁଥିବାବେଳେ ଅନ୍ୟପଟେ କୋରୋନା ଆହ୍ବାନର ମୁକାବିଲା କରୁଛନ୍ତି ଦେଶବାସୀ । ବର୍ତ୍ତମାନ ଗାଁରେ ମଧ୍ୟ ଅନେକ ସଚେତନତା ଦେଖିବାକୁ ମିଳିଛି । କୋଭିଡ ନିୟମକୁ କଡାକଡି ପାଳନ କରିବା ସହିତ ଗାଁ ଲୋକ ଗାଁକୁ କୋରୋନା କବଳକୁ ରକ୍ଷା କରିଛନ୍ତି । ବାହାରୁ ଆସୁଥିବା ସମସ୍ତଙ୍କୁ ଅନ୍ୟତ୍ର ରହିବାର ବ୍ୟବସ୍ଥା କରାଯାଇଛି । ଆଜି ଆମର ଡାକ୍ତରମାନେ ଓ ଆଗଧାଡିରସ୍ବାସ୍ଥ୍ୟକର୍ମୀ ଯେପରି ଦିନ ରାତି ଏକ କରି କାମ କରୁଛନ୍ତି ସେହିଭଳି ସମାଜର ଅନ୍ୟ ଲୋକମାନେ ମଧ୍ୟ ଏହି ସମୟରେ ପଛରେ ନାହାଁନ୍ତି ବୋଲି କହିଚନ୍ତି ପ୍ରଧାନମନ୍ତ୍ରୀ । ଦେଶ ପୁଣି ଥରେ ଏକଜୁଟ ହୋଇ କୋରୋନା ସହିତ ଲଢେଇ କରୁଛି ।