ଓଡିଶା

odisha

By

Published : May 29, 2021, 8:38 PM IST

ETV Bharat / bharat

କୋଭିଡରେ ବାପାମା’ଙ୍କୁ ହରାଇଲେ ପିଲାଙ୍କୁ ମିଳିବ 10 ଲକ୍ଷର ସହାୟତା

କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ବର୍ଗରେ 10 ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

କୋଭିଡରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ 10 ଲକ୍ଷର ସହାୟତା
କୋଭିଡରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ 10 ଲକ୍ଷର ସହାୟତା

ନୂଆଦିଲ୍ଲୀ: କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । କୋଭିଡରେ କାରଣରୁ ଉଭୟ ପିତାମାତାଙ୍କୁ ହରାଇଥିବା କିମ୍ବା ଲାଳନପାଳନ କରୁଥିବା ଅଭିଭାବକଙ୍କୁ ହରାଇଥିବା ଶିଶୁମାନଙ୍କ ପାଇଁ 10 ଲକ୍ଷ ଟଙ୍କାର ସ୍ଥିର ଜମା ରାଶି, ମାଗଣା ସ୍ବାସ୍ଥ୍ୟ ବୀମା ଏବଂ ଶିକ୍ଷା ସୁବିଧା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ‘ପିଏମ କେୟାର ଫର ଚିଲ୍ଡରେନ’ ଯୋଜନା ଅଧୀନରେ ଏହି ସହାୟତା ଯୋଗାଇ ଦିଆଯିବା ନେଇ ସରକାର ସ୍ଥିର କରିଥିବା ଜଣାପଡିଛି ।

ଆଜି ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଏଭଳି ମହାମାରୀ ସ୍ଥିତିରେ ଅସହାୟ ହୋଇ ପଡିଥିବା ପିଲାମାନଙ୍କୁ ସହାୟତା କରିବା ପାଇଁ ଘୋଷଣା କରିଛନ୍ତି । ସାମ୍ପ୍ରତିକ କୋଭିଡ-19 ମହାମାରୀ ଦ୍ବାରା ପ୍ରଭାବିତ ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସହାୟତା ପ୍ୟାକେଜରେ ଅନେକ ସୁବିଧା ରହିଛି । ଆୟୁଷ୍ମାନ ଭାରତ ଯୋଜନା (PMJAY) ଅଧୀନରେ ଏଭଳି ସମସ୍ତ ଶିଶୁ ହିତାଧିକାରୀ ଭାବରେ ନାମ ମଧ୍ୟ ପଞ୍ଜୀକରଣ କରାଯିବ । 18 ବର୍ଷ ବୟସ ପର୍ଯ୍ୟନ୍ତ ଏହି ପିଲାମାନଙ୍କ ପାଇଁ 5 ଲକ୍ଷ ଟଙ୍କାର ପ୍ରିମିୟମ ରାଶି ପିଏମ କେୟାର ଦ୍ବାରା ପ୍ରଦାନ କରାଯିବ | ଆହୁରି ମଧ୍ୟ, ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଏହି ପାଣ୍ଠି ସେମାନଙ୍କ ଅଧ୍ୟୟନ ପାଇଁ ସହାୟକ ହେବ ବୋଲି ମଧ୍ୟ ଯୋଜନା ରଖାଯାଇଛି ।

କେନ୍ଦ୍ର ସରକାର ପିଏମ କେୟାର ଏକ ସ୍ବତନ୍ତ୍ର ପରିକଳ୍ପିତ ଯୋଜନା ମାଧ୍ୟମରେ ପ୍ରତ୍ୟେକ ପିଲାଙ୍କୁ 18 ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ 10 ଲକ୍ଷ ଟଙ୍କାର କର୍ପସ ଫଣ୍ଡ ସୃଷ୍ଟି କରିବାରେ ସହଯୋଗ କରିବ | ଏହି କର୍ପସ ପାଣ୍ଠି 18 ବର୍ଷ ବୟସ ହେବା ପାର୍ଯ୍ୟନ୍ତ ମାସିକ ଆର୍ଥିକ ସହାୟତା ବା ଷ୍ଟାଇପେଣ୍ଡ ଦେବା ପାଇଁ ବ୍ୟବହୃତ ହେବ । ସେହିପରି 18 ବର୍ଷ ହେବା ପରେ ପରବର୍ତ୍ତୀ 5 ବର୍ଷ ପାଇଁ ଉଚ୍ଚଶିକ୍ଷା ନିମିତ୍ତ ଆବଶ୍ୟକତା ପୂରଣ କରିବା ଦିଗରେ ମଧ୍ୟ ଏହା ସହାୟକ ହେବ ବୋଲି କେନ୍ଦ୍ର ସରକାର । 23 ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବ୍ୟବହାର ପାଇଁ କର୍ପସ ରାଶି 1 ଲକ୍ଷ ଟଙ୍କା ପାଇବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି । ଏହି ଯୋଜନା ଅଧୀନରେ 10 ବର୍ଷରୁ କମ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ସହାୟତା ମଧ୍ୟ ଯୋଗାଇ ଦିଆଯିବ ।

ଅନ୍ୟପଟେ ସେହିପରି ଶିଶୁଙ୍କୁ ନିକଟ କେନ୍ଦ୍ରୀୟ ବିଦ୍ୟାଳୟରେ କିମ୍ବା ଦିନିକିଆ ବିଦ୍ୱାନ ଭାବରେ ଏକ ଘରୋଇ ବିଦ୍ୟାଳୟରେ ଆଡମିଶନ ଦିଆଯିବ। ଯଦି ପିଲାଟି ଏକ ଘରୋଇ ବିଦ୍ୟାଳୟରେ ଆଡମିଶନ ହୁଏ, ତେବେ ଆରଟିଏ ନିୟମ ଅନୁଯାୟୀ ଦେୟ ପିଏମ କେୟାରରୁ ଦିଆଯିବ । ସେହିପରି ପାଠ ପଢା ସଂକ୍ରାନ୍ତୀୟ ଉପାଦାନ ତଥା ୟୁନିଫର୍ମ, ପାଠ୍ୟ ପୁସ୍ତକ ଏବଂ ନୋଟବୁକ୍ ପାଇଁ ଖର୍ଚ୍ଚ ଦିଆଯିବା ନେଇ ମଧ୍ୟ ଘୋଷଣା କିରିଛି କେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details