ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ଶୁଭେଚ୍ଛା ଦେବା ସହିତ ସେମାନଙ୍କର ଅନେକ ସଫଳତା ପାଇଁ ଗର୍ବିତ ବୋଲି କହିଛନ୍ତି ।
ମହିଳା ଦିବସରେ ଅବିସ୍ମରଣୀୟ ନାରୀ ଶକ୍ତିକୁ ନମସ୍କାର । ଆମ ଦେଶର ମହିଳାମାନଙ୍କ ଅନେକ ସଫଳତା ପାଇଁ ଭାରତ ଗର୍ବିତ । ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ଆଗରୁ ବଢାଇବା ଦିଗରେ କାର୍ଯ୍ୟ କରିବାର ସୁଯୋଗ ପାଇବା ଆମ ସରକାରଙ୍କ ପାଇଁ ଗୌରବର କଥା ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଅନ୍ତର୍ଜାତୀୟ ମହିଳା ଦିବସ; ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି ଓ ପ୍ରାଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମହିଳା ଦିବସରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମ ଦେଶର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନୂତନ ରେକର୍ଡ ଏବଂ ସଫଳତା ସ୍ଥାପନ କରିଛନ୍ତି | ଲିଙ୍ଗଗତ ନ୍ୟାୟକୁ ପ୍ରୋତ୍ସାହିତ କରିବା ଏବଂ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଅସମାନତାକୁ ଦୂର କରିବା ପାଇଁ ଏକତ୍ରିତ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି ଓ ପ୍ରାଧାନମନ୍ତ୍ରୀ ମହିଳାମାନଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକ ନେଇଛନ୍ତି । ସରକାର ତାଙ୍କ ଯୋଜନାଗୁଡିକ ଉପରେ ଆଲୋକପାତ କରି ମହିଳାମାନଙ୍କୁ ମାଗଣା ରନ୍ଧନ ଗ୍ୟାସ ସିଲିଣ୍ଡର, ବ୍ୟାଙ୍କ ଆକାଉଣ୍ଟ ଖୋଲିବା,ଶୌଚାଳୟ ନିର୍ମାଣ ଭଳି ଯୋଜନାରେ ମହିଳା ସଶକ୍ତିକରଣ ମୁଖ୍ୟ ପ୍ରସଙ୍ଗ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିିିଭି ଭାରତ