ଓଡିଶା

odisha

ETV Bharat / bharat

ଆନ୍ଦୋଳନରତ ଚାଷୀଙ୍କ ନିକଟକୁ ପଠାଗଲା 20 ଟନ ସପୁରୀ - kerala farmer group

ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ କେରଳ ଏର୍ଣ୍ଣାକୁଲମର ଏକ ଚାଷୀ ସଙ୍ଗଠନ ପ୍ରାୟ 20 ଟନ ସପୁରୀ ଚାଷୀଙ୍କ ନିକଟକୁ ପଠାଇଛନ୍ତି। ଚାଷୀଙ୍କୁ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ।

Pineapple Farmers Association in kerala Sends 20 tonnes pineapple to the delhi farmer protest site
ଆନ୍ଦୋଳନରତ ଚାଷୀଙ୍କ ନିକଟକୁ ପଠାଗଲା 20 ଟନ ସପୁରୀ

By

Published : Dec 28, 2020, 10:28 PM IST

ଥିରୁଅନନ୍ତପୁରମ: ଦୀର୍ଘ ଏକ ମାସ ହେଲା ନୂତନ କୃଷି ବିଲକୁ ବିରୋଧ କରି ସିଙ୍ଘୁ ବର୍ଡରରେ ଚାଷୀମାନେ ଆନ୍ଦୋଳନରତ। ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ କେରଳ ଏର୍ଣ୍ଣାକୁଲମର ଏକ ଚାଷୀ ସଙ୍ଗଠନ ପ୍ରାୟ 20 ଟନ ସପୁରୀ ଚାଷୀଙ୍କ ନିକଟକୁ ପଠାଇଛନ୍ତି।

ଆନ୍ଦୋଳନରତ ଚାଷୀଙ୍କ ନିକଟକୁ ପଠାଗଲା 20 ଟନ ସପୁରୀ

ବର୍ତ୍ତମାନ କେରଳରେ ସପୁରୀ ମୂଲ୍ୟ ଆକାଶ ଛୁଆଁ ରହିଛି। ଏଭଳି ସ୍ଥିତିରେ ଆନ୍ଦୋଳନରତ ଚାଷୀଙ୍କ ପାଇଁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଏର୍ଣ୍ଣାକୁଲମର ଏହି ଚାଷୀ ସଙ୍ଗଠନ ସ୍ଥିର କରିଛି। ଚାଷୀଙ୍କୁ ସହାୟତା ଯୋଗାଇ ନିଜ ଧନ୍ୟ ମନେ କୁରଥିବା କଥା କହିଛନ୍ତି ଚାଷୀ ସଂଗଠନ ସଭାପତି। 4 ଦିନ ମଧ୍ୟରେ 20 ଟନ ସପୁରୀ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ନିକଟରେ ପହଞ୍ଚିବ। ଆଗାମୀ ଦିନରେ ଅନ୍ୟାନ ସହାୟତା ମଧ୍ୟ ଚାଷୀଙ୍କୁ ଯୋଗାଇକୁ ପଣ କରିଛି ଚାଷୀ ସଂଗଠନ।

ଏହାସହ କେନ୍ଦ୍ର ସରକାରଙ୍କୁ ନୂତନ କୃଷି ବିଲ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଚାଷୀ ସଂଗଠନ। ଏଭଳି ନକଲେ କେରଳରେ ମଧ୍ୟ ସମାନଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀ ଧମକ ଦେଇଛି। ନୂତନ କୃଷି ବିଲ ଚାଷୀ ବିରୋଧି। ଏହି ନିୟମ ଜାରି କରି ସରକାର ଚାଷୀମାରଣା ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details