ଓଡିଶା

odisha

ETV Bharat / bharat

Pilot vs Gehlot: କର୍ଣ୍ଣାଟକ ପରେ ରାଜସ୍ଥାନ କନ୍ଦଳ ଉପରେ ଗୁରୁତ୍ବ ଦେବେ ଖଡଗେ - କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ

କର୍ଣ୍ଣାଟକ ବ୍ୟସ୍ତତା ଭିତରେ ମଧ୍ୟ ରାଜସ୍ଥାନ କନ୍ଦଳ ଉପରେ ନଜର ରଖିଛନ୍ତି ଖଡଗେ । କର୍ଣ୍ଣାଟକ ପରେ ରାଜସ୍ଥାନ ପ୍ରସଙ୍ଗରେ ବିଚାର ପାଇଁ ରହିଛି ଖଡେଗଙ୍କ ମିଶନ । ଏପଟେ ଦାବି ପୂରଣ ନେଇ ନିଜ ଦଳର ସରକାରକୁ ମାସ ଶେଷ ଯାଏ ମହଲତ ଦେଇଛନ୍ତି ପାଇଲଟ । ଅଧିକ ପଢନ୍ତୁ

Pilot vs Gehlot: କର୍ଣ୍ଣାଟକ ପରେ ରାଜସ୍ଥାନ କନ୍ଦଳ ପ୍ରସଙ୍ଗରେ ଗମ୍ଭୀର ହେବ କଂଗ୍ରେସ
Pilot vs Gehlot: କର୍ଣ୍ଣାଟକ ପରେ ରାଜସ୍ଥାନ କନ୍ଦଳ ପ୍ରସଙ୍ଗରେ ଗମ୍ଭୀର ହେବ କଂଗ୍ରେସ

By

Published : May 16, 2023, 11:00 PM IST

ଜୟପୁର:ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା ବିବାଦ କ୍ରମଶଃ ଘନୀଭୂତ ହେବାରେ ଲାଗିିଛି । ଗତକାଲି ଜନ ସଂଘର୍ଷ ପଦଯାତ୍ରା ଶେଷ ଦିନରେ ଦଳର ଯୁବନେତା ସଚିନ ପାଇଲଟ ନିଜ ଦଳୀୟ ସରକାରକୁ ଦାବି ପୂରଣ ନେଇ ମହଲତ ସହ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେବା ପରେ ଦଳର କେନ୍ଦ୍ରୀୟ କମିଟି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ରାଜ୍ୟରେ ଜାରି ରହିଥିବା କନ୍ଦଳ ସମ୍ପର୍କରେ ଦଳର ହାଇକମାଣ୍ଡ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । କର୍ଣ୍ଣାଟକରେ ଦଳ ସରକାର ଗଠନ ସମ୍ପର୍କିତ ପ୍ରକ୍ରିୟା ଶେଷ କରିବା ପରେ ଏହି କନ୍ଦଳ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ।

ଅଖିଳ ଭାରତୀୟ କଂଗ୍ରେସ କମିଟିର ରାଜସ୍ଥାନ ସହ-ପ୍ରଭାରୀ ନିଜାମୁଦ୍ଦିନ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ଦଳୀୟ ଘଟଣାକ୍ରମ ଉପରେ ହାଇକମାଣ୍ଡଙ୍କ କଡା ନଜର ରହିଛି । ସେ ସମସ୍ତ ଘଟଣା ସମ୍ପର୍କରେ ଅବଗତ ମଧ୍ୟ ଅଛନ୍ତି । ହେଲେ ସେ କର୍ଣ୍ଣାଟକ ନିର୍ବାଚନ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ବ୍ୟସ୍ତ ଅଛନ୍ତି । ସେଠାରେ ସରକାର ଗଠନ କାର୍ଯ୍ୟ ସାରିବା ପରେ ରାଜ୍ୟରେ ଜାରି ରହିଥିବା ପ୍ରସଙ୍ଗର ସମାଧାନ କରିବା ପାଇଁ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଆଗ୍ରହ ପ୍ରକାଶ କରିଛନ୍ତି ।

ସେହିପରି ସେ ଏହି ଦଳୀୟ କନ୍ଦଳରେ କୌଣସି ଗୋଷ୍ଠୀକୁ ସିଧାସଳଖ ଦାୟୀ ନକରି, ସଚିନ ପାଇଲଟ ଦଳର ଜଣେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି । ପାଇଲଟଙ୍କ ଦାବି ପୂରଣ ପ୍ରସଙ୍ଗରେ ମଧ୍ୟ ସେ କହିଛନ୍ତି, ସେହି ଦାବିଗୁଡିକ ପ୍ରତି ସରକାର ଚିନ୍ତା କରୁଛନ୍ତି । ଆବଶ୍ୟକ ହେଲେ ତା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚିନ୍ତା କରାଯାଇପାରେ । ହେଲେ କର୍ଣ୍ଣାଟକରେ ନିର୍ବାଚନ ପରବର୍ତ୍ତୀ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ଜାରି ରହିଥିବା କନ୍ଦଳର ସମାଧାନ କରିବା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରୟାସ କରିବା ନେଇ ସେ ସୂଚନା ଦେଇଛନ୍ତି ।

ଗତକାଲି ଜନ ସଂଘର୍ଷ ପଦଯାତ୍ରା ଶେଷ କରି ନିଜ ଶକ୍ତି ପ୍ରଦର୍ଶନ କରିଥିବା ଦଳ ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ଦଳର ସରକାରଙ୍କୁ ମାସ ଶେଷ ମଧ୍ୟରେ ତାଙ୍କ ଦାବି ପୂରଣ କରିବାକୁ ମହଲତ ଦେଇଛନ୍ତି । ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପାଇଲଟ କହିସାରିଛନ୍ତି । ପୂର୍ବରୁ ପାଇଲଟ-ଗେହେଲୋଟଙ୍କ ମଧ୍ୟରେ ପ୍ରଛନ୍ନ ଲଢେଇ ଜାରି ରହିଥିଲା ବେଳେ ଏବେ ପାଇଲଟ ସିଧା ଯୁଦ୍ଧ ଡାକରା ଦେଇଛନ୍ତି । ମାସ ଶେଷ ସୁଦ୍ଧା ତାଙ୍କର ତିନି ସୂତ୍ରୀ ଦାବି ପୂରଣ କରିବା ଦିଗରେ ଗେହେଲୋଟ ସରକାର ବିଚାର ନକଲେ, ସେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details