ଓଡିଶା

odisha

ETV Bharat / bharat

ନିଆରା ଚିତ୍ରକଳା: ଧୂଆଁରେ ମହାପ୍ରଭୁଙ୍କ ପ୍ରତିମା

ନିଆରା ଚିତ୍ରକଳାରେ ଶ୍ରୀଜଗନ୍ନାଥ । ହ୍ବାଇଟବୋର୍ଡ ଓ ଧୂଆଁରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଚିତ୍ର ଆଙ୍କିଲେ ସ୍ମୋକ ଆର୍ଟିଷ୍ଟ ଦିପକ ବିଶ୍ବାଳ । ଅଧିକ ପଢନ୍ତୁ

By

Published : Jun 30, 2022, 10:22 AM IST

ନିଆରା ଚିତ୍ରକଳା: ଧୁଆଁରେ ଶ୍ରୀଜଗନ୍ନାଥ ଚିତ୍ର
ନିଆରା ଚିତ୍ରକଳା: ଧୁଆଁରେ ଶ୍ରୀଜଗନ୍ନାଥ ଚିତ୍ର

କଟକ:ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଜଣେ ନିଆରା ଚିତ୍ରଶିଳ୍ପୀ । ଧୂଆଁରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥଙ୍କ ଚିତ୍ର ଓ ରଥଯାତ୍ରା । ଏହାକୁ ପ୍ରସ୍ତୁତ କରିଛନ୍ତି କଟକର ସ୍ମୋକ ଆର୍ଟିଷ୍ଟ ଦିପକ ବିଶ୍ବାଳ । ହ୍ବାଇଟ ବୋର୍ଡ ଓ ଧୂଆଁରେ ମହାପ୍ରଭୁଙ୍କର ଏହି ଚିତ୍ର ଓ ରଥଯାତ୍ରାକୁ ଅତି ନିଖୁଣ ଭାବେ ତୋଳି ଧରିଛନ୍ତି ଚିତ୍ରଶିଳ୍ପୀ ଦିପକ । ତାଙ୍କୁ ଏଥିପାଇଁ ପ୍ରାୟ 7 ଘଣ୍ଟା ସମୟ ଲାଗିଛି ।

ନିଆରା ଚିତ୍ରକଳା: ଧୁଆଁରେ ଶ୍ରୀଜଗନ୍ନାଥ ଚିତ୍ର
ନିଆରା ଚିତ୍ରକଳା: ଧୁଆଁରେ ଶ୍ରୀଜଗନ୍ନାଥ ଚିତ୍ର

ପୂର୍ବରୁ ଏକାଧିକ ପଦ୍ଧତିରେ ଏପରି ନିଆରା ଚିତ୍ରକଳା ଦେଖିବାକୁ ମଧ୍ୟ ମିଳିଛି । ଭିନ୍ନଭିନ୍ନ ଆକୃତିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର, ବିଭିନ୍ନ ସାମଗ୍ରୀ, ବାଲୁକା କିମ୍ବା ସ୍ୟାଣ୍ଡ ଆନିମେସନରେ ମଧ୍ୟ ଏହାକୁ ଚିତ୍ରଣ ସରିଛି । ତେବେ ଯୁବଶିଳ୍ପୀ ଦିପକଙ୍କର ସ୍ମୋକଆର୍ଟ ମାଧ୍ୟମରେ ଏପରି ଚିତ୍ର ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ନିଆରା ଚିତ୍ରକଳା: ଧୁଆଁରେ ଶ୍ରୀଜଗନ୍ନାଥ ଚିତ୍ର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details