ଓଡିଶା

odisha

ETV Bharat / bharat

ଭୋପାଳରେ ଆକାଶ ଛୁଆଁ ପେଟ୍ରୋଲ ଦର, ଲିଟର ପ୍ରତି 109 ଟଙ୍କା

ଭୋପାଳରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ପିଛା 109 ଟଙ୍କାରେ ବିକ୍ରି ହେଉଛି । ଅଧିକ ପଢନ୍ତୁ...

By

Published : Jul 15, 2021, 1:34 PM IST

ଭୋପାଳରେ ଆକାଶ ଛୁଆଁ ପେଟ୍ରୋଲ ଦର, ଲିଟର ପ୍ରତି 109 ଟଙ୍କା
ଭୋପାଳରେ ଆକାଶ ଛୁଆଁ ପେଟ୍ରୋଲ ଦର, ଲିଟର ପ୍ରତି 109 ଟଙ୍କା

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏହା ସର୍ବାଧିକ ରହିଛି । ଏଠାରେ ଲିଟର ପିଛା ପେଟ୍ରୋଲ ଦର 109.89 ଟଙ୍କାରେ ବିକ୍ରି ହେଉଛି । ତେବେ ଦର ବୃଦ୍ଧିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଭୋପାଳରେ ଡିଜେଲ ଦର ଲିଟର ପିଛା ରହିଛି 98.67 ଟଙ୍କା । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ରହିଛି 107.54 ଟଙ୍କା ରହିଥିବା ବେଳେ ଡିଜେଲି ଲିଟର ପିଛା 97.45 ଟଙ୍କା ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ରହିଛି 101. 54 ଟଙ୍କା ରହିଥିବା ବେଳେ ଡିଜେଲ 89.87 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା 101.74 ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା 93.02 ଟଙ୍କା ରହିଛି ।

ଦେଶରେ ତୈଳଦର ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସହରରେ ଏହାର ମୂଲ୍ୟ ଅଲଗା ରହିଛି । ଏହାକୁ ବିରୋଧ କରି କଂଗ୍ରେସ 10 ଦିନ ଆନ୍ଦୋଳନ କରୁଛି । ଏହି ଆନ୍ଦୋଳନ ଗତ ଜୁଲାଇ 7 ତାରିଖଠାରୁ ଆରମ୍ଭ ହୋଇଥିଲା । ଅନ୍ୟ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଛନ୍ତି । BSP ମୁଖ୍ୟ ମାୟାବତୀ, ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାର, କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ତୈଳଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛନ୍ତି ।

ABOUT THE AUTHOR

...view details