ଓଡିଶା

odisha

ETV Bharat / bharat

କେନ୍ଦ୍ର ପରେ ରାଜ୍ୟ କମାଇଲା ତୈଳ ଦର, ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍

ମହଙ୍ଗା ମାଡରୁ ବଡ ଆଶ୍ବସ୍ତି । କେନ୍ଦ୍ର ପରେ ରାଜ୍ୟରେ ପେଟ୍ରୋଲ-ଡିଜେଲ ରେଟ୍ କମାଇଲେ ବିଭିନ୍ନ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଶସ୍ତା ହେଲା ତୈଳ; କେନ୍ଦ୍ର ପରେ ରାଜ୍ୟ କମାଇଲେ ଦର, ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍
ଶସ୍ତା ହେଲା ତୈଳ; କେନ୍ଦ୍ର ପରେ ରାଜ୍ୟ କମାଇଲେ ଦର, ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍

By

Published : Nov 4, 2021, 1:03 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଲଗାତାର ବଢୁଥିଲା ତେଲ ଦର । ଯାହା ଦେଶରେ ଜନଅସନ୍ତୋଷକୁ ଉଗ୍ର ରୂପ ଦେଉଥିଲା । ହେଲେ ଗତକାଲି ଦେଶବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ-ଡିଜେଲ ଉପରୁ ସରକାର ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଯାହାପରେ ଦେଶବ୍ୟାପୀ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦ ଟଙ୍କା ଶସ୍ତା ହୋଇଛି ।

IOCL ଅନୁସାରେ, ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 103.97 ଟଙ୍କା ଏବଂ ଡିଜେଲ 86.67 ଟଙ୍କା ରହିଛି । ମୁମ୍ବାଇରେ ମଧ୍ୟ ତୈଳ ଦର ହ୍ରାସ ପାଇ ଯଥାକ୍ରମେ 109.98 ଟଙ୍କାକୁ ଖସିଛି ।

ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ରେଟ୍:

ସହର ନାମ
ପେଟ୍ରୋଲ
ଡିଜେଲ
ଦିଲ୍ଲୀ 103.97 86.67
ମୁମ୍ବାଇ 109.98 94.14
କୋଲକାତା 104.67 89.79
ଚେନ୍ନାଇ 101.40 91.43

ମୋଦି ସରକାର ପେଟ୍ରୋଲ ୫ ଟଙ୍କା ଶସ୍ତା କରିଛନ୍ତି । ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆସୁଥିବାବେଳେ କେନ୍ଦ୍ରର ଏହି ଭାରି ହ୍ରାସ ପରେ ଯୋଗୀ ସରକାର ମଧ୍ୟ ରାଜ୍ୟରେ ପେଟ୍ରୋଲ ଆଉ ୭ ଟଙ୍କା ଏବଂ ଡିଜେଲ ୨ ଟଙ୍କା କମ୍ କରିଛନ୍ତି । ଅର୍ଥାତ୍ ଉତ୍ତରପ୍ରଦେଶର ମୋଟାମୋଟି ଭାବେ ପେଟ୍ରୋଲ ଓ ଡିଜେଲ ୧୨ ଟଙ୍କା ଲେଖାଏଁ ଶସ୍ତା ହୋଇଛି । ଗୁଜୁରାଟ, କର୍ଣ୍ଣାଟକ ଏବଂ ଗୋଆରେ ମଧ୍ୟ ସମାନ ଘଟଣା ଦେଖାଯାଇଛି । ସେହିପରି ଉତ୍ତରାଖଣ୍ଡ ସରକାର ପେଟ୍ରୋଲ ଉପରୁ ୨ ଟଙ୍କା ଭ୍ୟାଟ୍ କମାଇଛନ୍ତି । ବିହାରରେ ବି ପେଟ୍ରୋଲରୁ ୧.୩୦ ଟଙ୍କା ଏବଂ ଡିଜେଲ ଉପରୁ ୧.୯୦ ଟଙ୍କା ଭ୍ୟାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର ।

ଏହି ତାଲିକାରେ ଆଜି ଓଡିଶା ମଧ୍ୟ ଯୋଡି ହୋଇଛି । ଓଡିଶା ସରକାର ତେଲରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details