ଓଡିଶା

odisha

ETV Bharat / bharat

ଜଳ ସହିତ ପବିତ୍ର ସମ୍ପର୍କ ରଖ: ମୋଦି - ଜଳ ସହିତ ପବିତ୍ର ସମ୍ପର୍କ ରଖ

ଜଳ ଶକ୍ତି ମିଶନର ଶୁଭାରମ୍ଭ କରି ଆଗାମି ପିଢି ପାଇଁ ଜଳ ସଂରକ୍ଷଣ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

By

Published : Mar 22, 2021, 3:21 PM IST

ନୂଆଦିଲ୍ଲୀ: ଆଜି ବିଶ୍ବ ପାଳୁଛି 28ତମ ବିଶ୍ବ ଜଳ ଦିବସ । ଏହି ଅବସରରେ ଜଳ ଶକ୍ତି ମିଶନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ମୋଦି କହିଛନ୍ତି ଆମକୁ ଆଗାମି ପିଢି ପାଇଁ ଜଳ ସଂରକ୍ଷଣ କରିବାକୁ ପଡିବ । ଏହା ସହିତ ଜଳ ସହିତ ଏକ ପବିତ୍ର ସମ୍ପର୍କ ସ୍ଥାପନ କରିବାକୁ ପଡିବ ବୋଲି କହିଛନ୍ତି ମୋଦି ।

ଜଳ ଶକ୍ତି ମିଶନକୁ ସମ୍ବୋଧିତ କରିବା ସମୟରେ ମୋଦି କହିଛନ୍ତି ରାଜସ୍ଥାନ, ଗୁଜୁରାଟର ଲୋକମାନେ ଜଳକୁ ନେଇ ବିଭିନ୍ନ ସମସ୍ୟାକୁ ଭଲ ଭାବରେ ବୁଝିଛନ୍ତି । ମୁଁ ଗୁଜୁରାଟ ବାସିନ୍ଦା ଅଟେ । ସେଠାରେ ଜଳକୁ ନେଇ ରହିଥିବା ଅସୁବିଧାକୁ ସାମ୍ନା କରିଛି । ସେଥିପାଇଁ ଆମେ ସେହି ଅଞ୍ଚଳରେ ଜଣେ କେନ୍ଦ୍ର ଜଳ ମନ୍ତ୍ରୀ ରଖିଛୁ ବୋଲି କହିଛନ୍ତି ମୋଦି ।

ଆମକୁ ଆମ ପୂର୍ବ ପିଢି ଜଳ ଦେଇଛି । ଆମେ ମଧ୍ୟ ଆମର ଆଗାମି ପିଢି ପାଇଁ ଜଳ ସଂରକ୍ଷିତ କରିବା ଆବଶ୍ୟକ ରହିଛି । ଆମ ସମସ୍ତଙ୍କୁ ଜଳର ଗୁରୁତ୍ବ ବିଷୟରେ ଧ୍ୟାନ ଦେବା ଦରକାର । ଏହା ସହିତ ଜଳ ସହ ପବିତ୍ର ସମ୍ପର୍କ ରଖିବାକୁ କହିଛନ୍ତି ମୋଦି ।

ଏହି ଜଳ ଶକ୍ତି ମିଶନ ଦେଶବ୍ୟାପୀ ପାଳନ କରାଯାଉଛି । ଚଳିତ ବର୍ଷ ଗ୍ରାମୀଣ ଓ ସଗରାଞ୍ଚଳକୁ ସାମିଲ କରାଯାଇଛି । ଏହି ମିଶନର ବିଷୟ ବସ୍ତୁ ରହିଛି କ୍ୟାଚ ଦି ରେନ କେଉଁଠି ବି କେତେବେଳେ ବି । ଏହି ମିଶନକୁ ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ,ଗୁଜୁରାଟର ବିଭିନ୍ନ ଜିଲ୍ଲାର ସରପଞ୍ଚ ସାମିଲ ହୋଇ ନିଜ ନିଜ ଅଞ୍ଚଳର ଜଳ ସମସ୍ୟା ଓ ଏହାର ସମାଧାନ ବିଷୟରେ ପ୍ରାଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।

@ANI

ABOUT THE AUTHOR

...view details