ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ PayTM ଷ୍ଟାଇଲରେ PayCM ପୋଷ୍ଟର, ମୁଖ୍ୟମନ୍ତ୍ରୀ ପିସି ଖାଉଥିବା ଅଭିଯୋଗରେ ପୋଷ୍ଟର

ମୁଖ୍ୟମନ୍ତ୍ରୀ ନେଉଛନ୍ତି 40 ପ୍ରତିଶତ ପିସି । ଏପରି ଅଭିଯୋଗରେ କର୍ଣ୍ଣାଟକରେ ଲାଗିଲା PayTM ଷ୍ଟାଇଲରେ PayCM ପୋଷ୍ଟର (PayCM posters with karnataka cm photo)। ବିରୋଧୀ କଂଗ୍ରେସ ଲଗାଇଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

PayCM posters with karnataka cm photo:  ମୁଖ୍ୟମନ୍ତ୍ରୀ ପିସି ଖାଉଥିବା ଅଭିଯୋଗରେ PayCM ବାର୍କୋଡ ଲଗାଇଲା କଂଗ୍ରେସ
PayCM posters with karnataka cm photo: ମୁଖ୍ୟମନ୍ତ୍ରୀ ପିସି ଖାଉଥିବା ଅଭିଯୋଗରେ PayCM ବାର୍କୋଡ ଲଗାଇଲା କଂଗ୍ରେସ

By

Published : Sep 21, 2022, 9:35 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକରେ ବିଜେପି ନେତୃତ୍ବାଧୀନ ସରକାର ପିସି କାରବାରରେ ବୁଡି ରହିଥିବା ଅଭିଯୋଗରେ ଦେଖିବାକୁ ମିଳିଛି ଭିନ୍ନ ଢଙ୍ଗର ପ୍ରତିବାଦ । ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇଙ୍କ ନାମରେ ଲାଗିଛି PayCM ପୋଷ୍ଟର (PayCM posters with karnataka cm photo)। PayTM ଷ୍ଟାଇଲରେ PayCM ପୋଷ୍ଟର । ଅନଲାଇନ ଟଙ୍କା କାରବାର ପାଇଁ ଉଦ୍ଦିଷ୍ଟ Paytm ପରି ଅବିକଳ ଦେଖାଯାଉଥିବା ଏକ ପୋଷ୍ଟରରେ ଲାଗିଛି ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇଙ୍କର ଫଟୋ । କେବଳ ସେତିକି ନୁହେଁ ବରଂ 40 ପ୍ରତିଶତ ପେମେଣ୍ଟ ଏଠାରେ ଗ୍ରହଣ କରାଯାଏ ବୋଲି ମଧ୍ୟ ଉକ୍ତ ପୋଷ୍ଟରରେ ଲେଖାଯାଇଛି । ଏପରି ପୋଷ୍ଟର ରାଜଧାନୀ ବେଙ୍ଗାଲୁରୁର ଏକାଧିକ ସ୍ଥାନରେ ଦେଖିବାକୁ ମିଳିବା ପରେ ଖବରର ଶିରୋନାମା ପାଲଟିଛି । ରାଜ୍ୟରେ ବିରୋଧୀ ଦଳ ଭୂମିକାରେ ଥିବା କଂଗ୍ରେସର କର୍ମୀମାନେ ଏପରି କରିଥିବା ଅନୁମାନ କରାଯାଉଛି ।

ରାଜ୍ୟରେ ଶାସନାଧୀନ ବୋମାଇ ସରକାର ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ । ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ବୋମାଇ ସରକାର ପିସି ମାଗୁଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରି ଆସିଛି । ଏପରିକି ବିଭିନ୍ନ କାର୍ଯ୍ୟ ପାଇଁ ବୋମ୍ମାଇ ସରକାର 40 ପ୍ରତିଶତ ପିସି ଖାଉଥିବାର ମଧ୍ୟ କଂଗ୍ରେସ ସିଧାସଳଖ ଅଭିଯୋଗ କରିଆସିଛି । Paytm QR କୋଡ ପରି ଦୃଶ୍ୟମାନ ହେଉଥିବା ଏକାଧିକ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ଫଟୋ ଦେଖିବାକୁ ମିଳିବା ପରେ ଏହା କଂଗ୍ରେସ କର୍ମୀଙ୍କ ଦ୍ବାରା କରାଯାଇଥିବା ସନ୍ଦେହ କରାଯାଉଛି ।

ଗତ କିଛି ଦିନ ଧରି କଂଗ୍ରେସ ଏପରି ଅଭିଯୋଗ ଜାରି ରଖିଥିବା ବେଳେ ଗତମାସରେ ଏନେଇ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ପ୍ରତିକ୍ରିୟା ଆସିଥିଲା । ଚର୍ଚ୍ଚାରେ ଥିବା 40 ପ୍ରତିଶତ ପିସି କାରବାରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟମୂଳକ ଅଭିଯୋଗ ବୋଲି ସେ ପ୍ରତିକ୍ରିୟା ରଖିଥଲେ । କୌଣସି ଅଭିଯୋଗ କରାଯାଉଥିଲେ ତାହା ତଥ୍ୟ ଓ ପ୍ରମାଣ ସମ୍ବଳିତ ହେବାର ଆବଶ୍ୟକତା ରହିଛି । କେଉଁଠି 40 ପ୍ରତିଶତ ପିସି କାରବାର ହେଉଛି ତାର କୌଣସି ପ୍ରମାଣ ନଥିଲା ବେଳେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅପପ୍ରଚାର କରାଯାଉଥିବା ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଥିଲେ ।

ବିରୋଧୀ କଂଗ୍ରେସର ଦୁର୍ନୀତି ଅଭିଯୋଗ ମଧ୍ୟରେ ବୋମ୍ମାଇ ଏହା ମଧ୍ୟ କହିଥିଲେ ରାଜ୍ୟରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଆଣ୍ଟି କରପସନର ବ୍ୟୁରୋର କ୍ଷମତା ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଇଛି । କୌଣସି ବ୍ୟକ୍ତି ସରକାରୀ ସ୍ତରରେ ଏପରି ଘଟଣାର ଶିକାର ହେଲେ ଯେକୌଣସି ବିଭାଗ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିପାରିବ । ତେଣୁ ସେପରି କରାନଯାଇ କେବଳ ରାଜନୈତିକ ଭାବେ ଏହି ଅଭିଯୋଗକୁ ପ୍ରଚାର ପ୍ରସାର କରାଯାଉଛି । ତେବେ କିଛି ଦିନର ବ୍ୟବଧାନ ମଧ୍ୟରେ ସେହି ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି । ଏଥର କେବଳ ଆରୋପ ପ୍ରତ୍ୟାରୋପ ନୁହେଁ ବରଂ Paytm ସଦୃଶ PayCM ପୋଷ୍ଟର (PayCM posters with karnataka cm photo)ମାରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details