ମୁମ୍ବାଇ: ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା (Patra Chawl land scam case)ରେ ଗିରଫ ହୋଇଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି ମିଳିବା ସ୍ବପ୍ନ ହୋଇଛି । ଦିନକୁ ଦିନ ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି ବଢିବାରେ ଲାଗିଛି । ପିଏମଏଲଏ ଅଦାଲତ (Judicial custody of Sanjay Raut extended) । ଚଳିତ ମାସ 16 ତାରିଖ ପର୍ଯ୍ୟନ୍ତ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି । ଅକ୍ଟୋବର 10 ତାରିଖରେ ଶେଷ ଥର ପାଇଁ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଥିଲା । ଆସନ୍ତା ନଭେମ୍ବର 9 ତାରିଖରେ ଜାମିନ ଆବେଦନର ଶୁଣାଣି କରିବେ ।
ଆଜି ବମ୍ବେ ସେସନ କୋର୍ଟ ଅଧୀନ ସ୍ବତନ୍ତ୍ର PMLA କୋର୍ଟରେ ହାଜର ହୋଇଥିଲେ ସଞ୍ଜୟ ରାଉତ । ଏହାପରେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ଆଉ 14 ଦିନ ବୃଦ୍ଧି କରିଛନ୍ତି । ବହୁଚର୍ଚ୍ଚିତ ପାତ୍ର ଚାଲ ଲ୍ୟାଣ୍ଡ ସ୍କାମ ମାମଲାରେ ଏକାଧିକ ଥର ଜେରା ପରେ ଅଗଷ୍ଟ 1 ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ପରେ ପ୍ରଥମ ପର୍ଯ୍ୟାୟରେ ଅଧିକ ଜେରା ପାଇଁ ତାଙ୍କୁ ପ୍ରଥମେ ଦୁଇ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ପଠାଯାଇଥିଲା । ପରେ ତାଙ୍କୁ ଅଗଷ୍ଟ ୯ରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅକ୍ଟୋବର 10ରେ 17 ଦିନ ପାଇଁ ଅବଧିକୁ ବୃଦ୍ଧି କରିଥିଲେ କୋର୍ଟ । ଏହାପରେ ପୁଣି 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ସଞ୍ଜୟ ରାଉତଙ୍କୁ ପଠାଇଛନ୍ତି କୋର୍ଟ ।