ଓଡିଶା

odisha

ETV Bharat / bharat

କଂଗ୍ରେସକୁ ଧକ୍କା, ରାଜନୀତିକୁ ଆସିବେ ନାହିଁ ନରେଶ ପଟେଲ - ଗୁଜୁରାଟ ବିଧାନସଭା ନିର୍ବାଚନ2୦୨୨

କଂଗ୍ରେସର ଏହି ରଣନୀତି ଫସର ଫାଟିଗଲା । କାରଣ ଯେଉଁ ନରେଶ ପଟେଲଙ୍କ ଜରିଆରେ ବିଜେପି ବିରୋଧରେ ଲଢିବାକୁ ଯୋଜନା କରିଥିଲା କଂଗ୍ରେସ, ଏବେ ସେହି ନରେଶ ପଟେଲ ରାଜନୀତିକୁ ଆସିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ନରେଶ ପଟେଲ
ନରେଶନରେଶ ପଟେଲ ପଟେଲ

By

Published : Jun 16, 2022, 5:12 PM IST

ହାଇଦ୍ରାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ(Gujurat Assembly Elections) ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା । ରାଜ୍ୟର ପ୍ରଭାବଶାଳୀ ପଟିଦାର ନେତା ତଥା ଶ୍ରୀ ଖୋଡଲଧାମ ଟ୍ରଷ୍ଟ (Shri Khodaladham Trust)ର ମୁଖ୍ୟ ନରେଶ ପଟେଲ (Naresh Patel)ଙ୍କୁ ଦଳରେ ସାମିଲ କରିବାକୁ ଯେଉଁ ରଣନୀତି ଦଳ ପ୍ରସ୍ତୁତ କରୁଥିଲା ସେଥିରେ ଲାଗିଛି ବଡ ଧରଣର ଝଟକା ।

କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଓ ଗୃହମନ୍ତ୍ରୀ ଅମିତ ଶାହ(Home Minister Amit Shah)ଙ୍କ ଗୃହରାଜ୍ୟ ଗୁଜୁରାଟରେ ତାଙ୍କୁ ପରାସ୍ତ କରି କଂଗ୍ରେସକୁ ନୂଆ ଶକ୍ତି ଦେବାକୁ ଦଳର ହାଇକମାଣ୍ଡ ରଣନୀତି ରଚୁଥିଲେ । ଯାହାର ନେତୃତ୍ବ ନେଇଥାନ୍ତେ ନରେଶ ପଟେଲ । ନରେଶ ପଟେଲଙ୍କ ଜରିଆରେ କଂଗ୍ରେସ ଗୁଜୁରାଟ ବିଧାନସଭା ନିର୍ବାଚନ ଲଢି ବିଜେପିକୁ କଡା ଆହ୍ବାନ ଦେବା ଯୋଜନାରେ ଥିଲା ।

କରିବି ନାହିଁ ରାଜନୀତି

ହେଲେ କଂଗ୍ରେସର ଏହି ରଣନୀତି ଫସର ଫାଟିଗଲା । କାରଣ ଯେଉଁ ନରେଶ ପଟେଲଙ୍କ ଜରିଆରେ ବିଜେପି ବିରୋଧରେ ଲଢିବାକୁ ଯୋଜନା କରିଥିଲା କଂଗ୍ରେସ, ଏବେ ସେହି ନରେଶ ପଟେଲ ରାଜନୀତିକୁ ଆସିବେ ନାହିଁ ବୋଲି ଘୋଷଣା କରିଛନ୍ତି । ନରେଶ କହିଛନ୍ତି ବହୁତ ବିଚାର ବିମର୍ଶ, ସମୀକ୍ଷା ଆଲୋଚନା ପର୍ଯ୍ୟାଲୋଚନା କରିଛି । ଏହାସହ ରାଜ୍ୟର ବିଭିନ୍ନ କମ୍ୟୁନିଟି ଲୋକଙ୍କ ସହ ମଧ୍ୟ ଆଲୋଚନା କଲା ପରେ ରାଜନୀତିରେ ପ୍ରବେଶ କରିବି ନାହିଁ ବୋଲି ନରେଶ କହିଛନ୍ତି ।

ବିଜେପିରୁ ଚାପ ଥିଲା କି?

ବିଜେପିରୁ ଚାପ ପଡିଥିବାରୁ ନରେଶ ପଟେଲ ନିଷ୍ପତ୍ତି ବଦଳାଇଥିବା ଅଭିଯୋଗ ହେଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନରେଶ କହିଛନ୍ତି ତାଙ୍କୁ ଉପରେ କୌଣସି ଦଳରୁ କୌଣସି ନେତାଙ୍କ ପକ୍ଷରୁ କୌଣସି ଚାପ ନଥିଲା । ଯାହା ଚର୍ଚ୍ଚା ହେଉଛି ତାହା ନିରାଧାର । ମୁଁ କୌଣସି ଚାପରେ ନାହିଁ । ମୋର ସମ୍ପ୍ରଦାୟର ଲୋକଙ୍କ ପାଇଁ ଗୁଜୁରାଟ ଲୋକଙ୍କ ପାଇଁ ଯାହା କାମ କରୁଛି କରିବି ବୋଲି କହିଛନ୍ତି ନରେଶ । ନରେଶଙ୍କ ଏହି ଘୋଷଣା ପରେ ଦୀର୍ଘ ଦିନ ଧରି ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା, ଆଲୋଚନା ଉପରେ ପୂର୍ଣ୍ଣଛେଦ ପଡିଛି ।

କିଏ ନରେଶ ପଟେଲ ?

ଶ୍ରୀ ଖୋଡଲଧାମ ଟ୍ରଷ୍ଟ (Shri Khodaladham Trust)ର ମୁଖ୍ୟ ହେଉଛନ୍ତି ନରେଶ ପଟେଲ (Naresh Patel) । ଗୁଜୁରାଟର ପ୍ରଭାବଶାଳୀ ପାଟିଦାର ଲିଉଆ ସମ୍ପ୍ରଦାୟର ଏକ ଜଣାଶୁଣା ନାଁ ହେଉଛନ୍ତି ନରେଶ । ଲିଉଆ ପଟେଲଙ୍କ କୁଳଦେବୀ ଖୋଡଲଧାମ ମାତା ମନ୍ଦିର ତଥା ଖୋଡଲଧାମ ଟ୍ରଷ୍ଟର ଅଧ୍ୟକ୍ଷ ରହିଛନ୍ତି ନରେଶ । ଧାର୍ମିକ ତଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ନରେଶ ପଟେଲ ପାଟିଦାର ସମାଜରେ ବେଶ ପ୍ରଭାବ ରଖନ୍ତି । ପାଟିଦାର ସମାଜ ମଧ୍ୟ ନରେଶଙ୍କୁ ବେଶ ଗୁରୁତ୍ବ ଦିଏ । ଏହାବାଦ ନରେଶଙ୍କ ଏକ ବଡ ବ୍ୟବସାୟ ରହିଛି । ଗୁଜୁରାଟରେ ଜଣେ ବିଶିଷ୍ଟ ଶିଳ୍ପପତି ମଧ୍ୟ ସେ । ଆର୍ଥିକ ସ୍ବଚ୍ଛଳ, ପାଟିଦାର ସମାଜରେ ଗ୍ରହଣୀୟ ଓ ସ୍ବଚ୍ଛ ଭାବମୂର୍ତ୍ତୀ ପାଇଁ ତାଙ୍କର ପ୍ରଭାବ ରାଜ୍ୟରେ ପ୍ରାୟ ସବୁ ଅଞ୍ଚରେ ଅଛି । ବିଶେଷ କରି 11ଟି ଜିଲ୍ଲା ସମେତ ସୁରତ ସହରରେ ନରେଶ ବେଶ ପ୍ରଭାବ ରଖୁଛନ୍ତି । ଏପରି ସ୍ଥଳେ ତାଙ୍କୁ ନିଜ ପକ୍ଷଙ୍କୁ ଆଣି ଗୁଜୁରାଟ ଦଖଲ କରିବାକୁ ଉଦ୍ୟମ କରିଥିଲା କଂଗ୍ରେସ ।

ABOUT THE AUTHOR

...view details