ଓଡିଶା

odisha

ETV Bharat / bharat

କେନାଲକୁ ବସ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା 49 କୁ ବୃଦ୍ଧି

ମଧ୍ୟପ୍ରଦେଶର ସିଦ୍ଧି ନିକଟସ୍ଥ କେନାଲକୁ ଯାତ୍ରୀବାହୀ ବସ୍ ଖସିବା ଘଟଣା । ବର୍ତ୍ତମାନ ସୁଦ୍ଧା 49 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବସରେ ପ୍ରାୟ 58 ଜଣ ଯାତ୍ରୀ ଥିଲେ । ଅଧିକ ପଢନ୍ତୁ...

ନଦୀକୁ ଖସିଲା ବସ୍, 49 ଯାତ୍ରୀ ମୃତ
ନଦୀକୁ ଖସିଲା ବସ୍, 49 ଯାତ୍ରୀ ମୃତ

By

Published : Feb 16, 2021, 10:07 AM IST

Updated : Feb 18, 2021, 6:30 AM IST

ଭୋପାଳ: ମଧ୍ୟପ୍ରଦେଶର ସିଦ୍ଧିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲଗିଛି । ବର୍ତ୍ତମାନ ସୁଦ୍ଧା 49 ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସତନା ଅଭିମୁଖେ ଯାତ୍ରା କରୁଥିବା ବସଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା ।

କେନାଲକୁ ବସ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା 49କୁ ବୃଦ୍ଧି
କେନାଲକୁ ବସ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା 49କୁ ବୃଦ୍ଧି

ସୂଚନା ଅନୁସାରେ, ବସ୍‌ରେ 58 ଯାତ୍ରୀ ଥିଲେ । ବସଟି ସକାଳେ ନିର୍ଦ୍ଧାରିତ ରୁଟରେ ହିଁ ଥିଲା । ସାମ୍ନା ରାସ୍ତାଟି ଭିଡ ଥିବାରୁ ବସ ଚାଳକ ନିଜ ରୁଟ ପରିବର୍ତ୍ତନ କରି ରାମପୁରର ନୈକିନ ଅଞ୍ଚଳ ଦେଇ ଯିବାକୁ ଚେଷ୍ଟା କରିଥିଲେ । ସକାଳ ପ୍ରାୟ 7.30ରେ ବାଣସାଗର କେନାଲ ନିକଟରେ ବସଟି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡିଥିଲା ।

ବସ ଖସିବା ମାତ୍ରେ ତୁରନ୍ତ 7 ଜଣ ଯାତ୍ରୀଙ୍କୁ କେନାଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଥିଲା । ଯେତେବେଳେ ଏହି ଅଘଟଣ ଘଟିଲା, ସେତେବେଳେ ଏହି କେନାଲର ସ୍ରୋତ ଅତ୍ୟଧିକ ଥିଲା । ଏହି କେନାଲଟି ବାଣସାଗର ଡ୍ୟାମରୁ ବାହାରିଛି । ଏହାର ଗଭୀରତା 22 ଫୁଟ । ଜଳସ୍ରୋତ ଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିଲା । ଘଟଣା ଘଟିବାର ପ୍ରାୟ 4 ଘଣ୍ଟା ପରେ କ୍ରେନ ସାହାଯ୍ୟରେ ବସକୁ ବାହାର କରାଯାଇଥିଲା ।

ସୂଚନା ଥାଉକି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ସୂଚନା ପାଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଜଳସ୍ତର ହ୍ରାସ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2021, 6:30 AM IST

ABOUT THE AUTHOR

...view details