ନୂଆଦିଲ୍ଲୀ: ଆଗାମୀ ସଂସଦ ଶୀତ ଅଧିବେଶନ ( Parliament Winter Session) ର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ (all party Meeting) ଡାକିଛନ୍ତି । ଶୀତ ଅଧିବେଶନ ଡିସେମ୍ବର 7 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ( Pralhad Joshi Union Minister of Parliamentary Affairs ) ଡିସେମ୍ବର 6 ତାରିଖ ପୂର୍ବାହ୍ନ 11ଟାରେ ସର୍ବଦଳୀୟ ବୈଠକ ପାଇଁ ସମସ୍ତ ଦଳକୁ ନିମନ୍ତ୍ରଣ କରିଛନ୍ତି ।
ଏହାବି ପଢନ୍ତୁ- ଜଣେ ବିଶ୍ବାସ ଘାତକ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଶୋକ ଗେହଲଟ
ବୈଠକ ପାଇଁ ଉଭୟ ଲୋକସଭା ରାଜ୍ୟସଭାର ସମସ୍ତ ଦଳର ସଂସଦୀୟ ନେତାଙ୍କୁ ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏନେଇ ସବୁ ଦଳକୁ ଚିଠି ଲେଖି ସଂସଦୀୟ ମନ୍ତ୍ରୀ କହିଛନ୍ତି ଆଗାମୀ ଶୀତ ଅଧିବେଶନ ଡିସେମ୍ବର 7 ତାରିଖରୁ ଆରମ୍ଭ ହେଉଛି । ଏହି ଅଧିବେଶନ ଦେଶର ବିକାଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଅଧିବେଶନରେ ସମସ୍ତ ଦଳର ସହଯୋଗ ଜରୁରୀ । ଏଥିପାଇଁ ସରକାର ବିରୋଧୀ ଦଳ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଓ ଦାବି ଆପତ୍ତିର ବିଚାର ପାଇଁ ସର୍ବଦଳୀୟ ବୈଠକରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।