ଓଡିଶା

odisha

ETV Bharat / bharat

ଶୀତ ଅଧିବେଶନରେ ପରାଜୟର ରାଗ ସଂସଦରେ ବାହାର କରିବ ନାହିଁ, ବିରୋଧୀଙ୍କୁ ମୋଦିଙ୍କ ଅପିଲ୍ - ସଂସଦ ଶୀତ ଅଧିବେଶନ

ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଏହା ପୂର୍ବରୁ ସମ୍ବୋଧନ କରି ବିରୋଧୀଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi on Parliament Winter Session
Parliament Winter Session

By ETV Bharat Odisha Team

Published : Dec 4, 2023, 12:42 PM IST

ନୂଆଦିଲ୍ଲୀ:ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଏହା ପୂର୍ବରୁ ସଂସଦ ପରିସରରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନରେ ବିରୋଧୀକୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅପିଲ କରିଛନ୍ତି । ଏହା ସହିତ ଲୋକତନ୍ତ୍ର ପାଇଁ ବିରୋଧୀଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଶୀତ ଅଧିବେଶନରେ ପରାଜୟର ରାଗ ନ ସୁଝାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶୀତ ଅଧିବେଶନ ପୂର୍ବରୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆମେ ବୋଧେ ବିଳମ୍ବରେ ଚାଲୁଛେ । ଶୀତ ଟିକେ ଧୀରେ ଆସିଛି ମାତ୍ର ରାଜନୈତିକ ତାତି ଦ୍ରୁତ ଗତିରେ ଆସୁଛି । ଗତକାଲି 4 ରାଜ୍ୟରେ ନିର୍ବାଚନ ଫଳାଫଳ ଆସିଛି ଯାହା ଉତ୍ସାହପୂର୍ଣ୍ଣ ରହିଛି । ଏହା ସେହିମାନଙ୍କ ପାଇଁ ଉତ୍ସାହପୂର୍ଣ୍ଣ ଯିଏ ଦେଶର ସାମାନ୍ୟ ମାନବିକତାର କଲ୍ୟାଣ ଓ ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ । ବିଶେଷ କରି ସହର, ଗାଁର ମହିଳା, ସବୁ ସମାଜ ଓ ସମୁଦାୟ ଯୁବପିଢି ଏବଂ ପ୍ରତି ସମୁଦାୟର କିଶାନ ଓ ମୋ ଦେଶର ଗରିବ ଏହି ମହତ୍ତ୍ବପୂର୍ଣ୍ଣ ଜାତିର ସଶକ୍ତୀକରଣ ଓ ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାକୁ ଯୋଜନାକୁ ଯିଏ ଚାଲନ୍ତି ତାହାକୁ ବହୁମତ ସମର୍ଥନ ମିଳେ । ଉତ୍ତମ ଜନାଦେଶ ପରେ ସଂସଦର ନୂଆ ମନ୍ଦିରରେ ଭେଟିଛେ । ନୂଆ ସଂସଦରେ ଲମ୍ବା ସମୟ ଯାଏ କାମ କରିବାର ଅବସର ମିଳିବ । ଦେଶବାସୀ ନକରାତ୍ମକକୁ ଆଉଟ କରିଛନ୍ତି । ବିପକ୍ଷଙ୍କ ସହିତ ମୁଁ ବିଚାରବିମର୍ଶ କରିଛି । ଏକାଠୀ ହୋଇ ସମସ୍ତଙ୍କ ସହଯୋଗ ପାଇଁ ଅପିଲ କରୁଛି । ଲୋକତନ୍ତ୍ରର ଏହି ମନ୍ଦିର ଜନତାଙ୍କ ଆକାକ୍ଷାଂ ପାଇଁ ଓ ବିକଶିତ ଭାରତର ସଂକଳ୍ପକୁ ଅଧିକ ମଜଭୂତ କରିବା ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ମଞ୍ଚ । ସମସ୍ତ ସାଂସଦଙ୍କୁ ଅପିଲ କରୁଛି ପ୍ରସ୍ତୁତ ହୋଇ ଆସନ୍ତୁ ଏବଂ ଉତ୍ତର ପରାମର୍ଶ ଦିଅନ୍ତୁ । ପାରିତ ବିଲ ଉପରେ ହେଉଥିବା ଆଲୋଚନାରେ ଭାଗ ନିଅନ୍ତୁ ବୋଲି ମୁଁ ଆଗ୍ରହ କରୁଛି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜନୈତିକ ଦୃଷ୍ଟିରୁ କହିବାକୁ ଗଲେ ବିରୋଧୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଏହି ଅଧିବେଶନରେ ପରାଜୟର ରାଗ ବାହାର କରିବା ଯୋଜନା ବଦଳରେ ପରାଜୟରୁ ଶିଖି 9 ବର୍ଷରେ ଚଳାଉଥିବା ନକରାତ୍ମକତା ଛାଡି ସକରାତ୍ମକ ରାସ୍ତାରେ ଆଗକୁ ବଢ । ଫଳରେ ଦେଶପ୍ରତି ତୁମର ଦୃଷ୍ଟିକୋଣ ବଦଳିବ । ତୁମ ପାଇ ବିରୋଧୀ ହୋଇ ବି ମୁଁ ତୁମକୁ ଭଲ ପରାମର୍ଶ ଦେଉଛି । ଲୋକତନ୍ତ୍ର ପାଇଁ ବିରୋଧୀ ମଧ୍ୟ ଗୁରୁତ୍ବ ବହନ କରନ୍ତି । ଦେଶକୁ ସକାରତ୍ମକତାର ସନ୍ଦେଶ ଦିଅ । ତୁମ ଛବି ଘୃଣା ଓ ନକରତ୍ମକା ହେବା ଲୋକତନ୍ତ୍ର ପାଇଁ ଭଲ ନୁହେଁ । ଆମେ 10 ପାଦ ଆଗକୁ ଗଲେ ତୁମ 12 ପାଦ ଆଗକୁ ଯାଅ । ସମସ୍ତ ଭବିଷ୍ୟତ ଉଜ୍ବଳ । ନିରାଶ ହେବାର ଆବଶ୍ୟକ ନାହିଁ । ଦୟା କରି ନିର୍ବାଚନ ପରାଜୟର ରାଗ ଗୃହରେ ସୁଝାଇବ ନାହିଁ । ଲୋକତନ୍ତ୍ରର ଏହି ମନ୍ଦିରକୁ ସେହି ମଞ୍ଚ କର ନାହିଁ । ଦେଶର ହିତରେ ସକରାତ୍ମକତା ଜିନିଷର ସାଥ ଦିଅ । ଗୃହରେ ସହଯୋଗ କର । ଏବେ ଦେଶ ବିକଶିତ ହେବାକୁ ଆଉ ଲମ୍ବା ଅପେକ୍ଷା କରିବାକୁ ଚାହୁଁନାହିଁ । କେବେଳ ଆଗକୁ ବଢିବାର ଅଛି । ସଂସଦକୁ ଆଗକୁ ବଢାଇବାକୁ ସମସ୍ତଙ୍କୁ ଅପିଲ ।''

ଏହା ବି ପଢନ୍ତୁ...ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ, ଆଗତ ହେବ 21 ବିଲ୍

ପ୍ରକାଶ ଥାଉ କି, ଆଜିଠୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଛି । 19ଟି କାର୍ଯ୍ୟଦିବସ ସହ ବର୍ଷର ଶେଷ ଅଧିବେଶନ 22 ତାରିଖ ଯାଏ ଚାଲିବ । ଏହି ଅଧିବେଶନରେ ଦୁଇଟି ଆର୍ଥିକ ବିଲ୍ ସହ ମୋଟ 21ଟି ବିଲ ଆଗତ ହେବାକୁ ଯାଉଛି । 2ଟି ଆର୍ଥିକ ବିଲ ଓ 19ଟି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲକୁ ମିଶାଇ ମୋଟ 21ଟି ବିଲ୍ ଅଧିବେଶନରେ ଗୃହରେ ଆଗତ ହେବ ।

ABOUT THE AUTHOR

...view details