ନୂଆଦିଲ୍ଲୀ:ଆଜି ସଂସଦ ଶୀତ ଅଧିବେଶନର (Parliament winter session) ଦଶମ ଦିନ । ଆଜି କିଛି ବିଲକୁ ନେଇ କମ୍ପିପାରେ ଗୃହ । ବିଶେଷ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)ଓ ସିବିଆଇ (Central Bureau of Investigation) ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତରେ ଥିବା ବିଲ ଉପରେ ଲୋକସଭାରେ ଆଲୋଚନା ହୋଇପାରେ । ଏହାବାଦ ରାଜ୍ୟ ସଭାରେ ବିରୋଧୀ ଦଳ ସାଂସଦ ୧୨ ନିଲମ୍ବିତ ସାଂସଦ ଘଟଣାକୁ ବିରୋଧ କରି ଦିନ ତମାମ ଧାରଣା ଦେବାକୁ ଯୋଜନା କରୁଛନ୍ତି ।
ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କେନ୍ଦ୍ର ଭିଜିଲାନ୍ସ କମିଶନ ଆମେଣ୍ଡମେଣ୍ଟ ବିଲ୍ ୨୦୨୧ ଏବଂ ଦିଲ୍ଲୀ ସ୍ପେସିଆଲ ପୋଲିସ ଏଷ୍ଟାବ୍ଲିସ୍ ଆମେଣ୍ଡମେଣ୍ଟ ବିଲ ୨୦୨୧ ଉପସ୍ଥାପନ କରିଥିଲେ। ବିରୋଧୀ ଏହି ବିଲକୁ ବିରୋଧ କରି ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଦୁଇ ବିଲ ପଛରେ ସରକାରଙ୍କ ସ୍ବାର୍ଥ ରହିଥିବା କହିଛି ବିରୋଧୀ । କଂଗ୍ରେସ ଏବଂ ଟିଏମସି ପରି ଦଳ କାର୍ଯ୍ୟକାଳ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିରୋଧ କରିବେ। 24 ଜଣ ବିରୋଧୀ ସାଂସଦ ଏହି ବିଲ୍ ଉପରେ ବୈଧାନକି ସଂକଳ୍ପ ନେଇସାରିଛନ୍ତି । ପୂର୍ବରୁ ଏହି ବିଲକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ରଣଦୀପ ସୁରଜୱାଲା ସୁପ୍ରିମକୋର୍ଟ ଯାଇଛନ୍ତି ।