ପାଟନା:ଡିସେମ୍ବର 13 ରେ ଲୋକସଭାରେ କିଛି ଲୋକ ସଂସଦର ସୁରକ୍ଷା ଭଙ୍ଗ କରି ପ୍ରବେଶ କରିଥିଲେ । ସଂସଦ ପରି ଦେଶର ସର୍ବୋଚ୍ଚ ପଞ୍ଚାୟତରେ ଅଭେଦ୍ଯ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଅନୁପ୍ରବେଶ କରିବା ସହ ଗୃହକୁ ହଳଦିଆ ରଙ୍ଗ ବାହାରି ଗୃହକୁ ଧୂଆଁ ମୟ କରି ଦେଇଥିଲା । ଏହି ସମଗ୍ର ବିଷୟ ବିହାରର ଦରଭଙ୍ଗା ସହିତ ଜଡ଼ିତ । କାରଣ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଲଲିତ ଝା ଦରଭଙ୍ଗା ଆଲିନାଗର ବ୍ଲକର ରାମପୁର ଉଦୟ ଗାଁର ବାସିନ୍ଦା ।
ତେବେ ସଂସଦରରେ ଘଟିଥିବା ଏଭଳି ଘଟଣାକୁ ନେଇ ଲଲିତଙ୍କ ପିତାମାତାଙ୍କ କହିବା ଅନୁସାରେ, ପୂର୍ବରୁ ଲଲିତ ଘରେ କିମ୍ବା ବାହାରେ ଏପରି କିଛି କରିନାହାଁନ୍ତି । ସେ କେବେ ଏଭଳି କିଛି କାମ କରିନାହିଁ ଯାହା ସେମାନକୁ ଲଲିତ ଉପରେ ସନ୍ଦେହ କରିବ । ଗାଡିରେ ବସିବା ପରେ ଲଲିତ କହିଥିଲା ଯେ, ସେ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ ଦିଲ୍ଲୀ ଯାଉଛି । ଦିଲ୍ଲୀ ଯିବା ସମୟରେ ଲଲିତକୁ 250 ଟଙ୍କା ଦେଇଥିଲେ । ଲଲିତଙ୍କ ପିତାମାତାଙ୍କର କୌଣସି ଧାରଣା ନଥିଲା ସେମାନଙ୍କ ପୁଅର ନାଁ ଏଭଳି ଗୁରୁତର ମାମଲା ସହ ଜଡିତ ହେବ ।
ତେବେ ଲଲିତର ବାପା ଦେବାନନ୍ଦ ଝା କହିଛନ୍ତି, "ଲଲିତ ଟ୍ରେନରେ ବସିବା ପରେ କହିଥିଲେ ଯେ, ମୁଁ ଦୁଇ ଚାରି ଦିନ ପାଇଁ ଦିଲ୍ଲୀ ଯାଉଛି । ସେଠାରେ ମୋର ସାଙ୍ଗମାନଙ୍କ ସହ ଦେଖା କରି ଫେରି ଆସିବି । ପୁଅ ସେଠାକୁ କଣ ପାଇଁ ଯାଉଛି , କେଉଁଠାକୁ ଯାଉଛନ୍ତି ଓ କାହିଁକି ଯାଉଛି ଏହା ବିଷୟରେ ଆମକୁ କିଛି ଜଣାନଥିଲା । ଯେତେବେଳେ ଲଲିତ ଆଶୀର୍ବାଦ ନେଇ ଯାଉଥିଲା ସେତେବେଳେ ତାକୁ 250 ଟଙ୍କା ଦେଇ ଏହି ଟଙ୍କାରେ ସେଠାରୁ କିଛି କିଣି ଖାଇବାକୁ କହିଥିଲି ।"
ଦେବନନ୍ଦ ଝା ଏହା ମଧ୍ୟ କହିଛନ୍ତି ଯେ, ଦାରଭଙ୍ଗା ଯିବାବେଳେ ଲଲିତ ଆମକୁ କହିଥିଲେ ଯେ, ତୁମେ ଆରାମରେ ଘରକୁ ଯାଅ । ମୁଁ ମଧ୍ୟ ରାତି 8 ଟାରେ ଦିଲ୍ଲୀ ଯିବି ଏବଂ ଦୁଇ ଚାରି ଦିନ ରହି ଫେରିଆସିବି । ପୂର୍ବରୁ ଲଲିତ କୌଣସି ଭୁଲ କାର୍ଯ୍ୟ କରୁଥିବା ଦେଖିନଥିଲୁ । ଏହା ପୂର୍ବରୁ ମଧ୍ୟ ସେ ଦୁଇ-ତିନିଥର ଦିଲ୍ଲୀ ଯାଇଥିଲେ । ସେ କେଉଁ କାମ ପାଇଁ ଦିଲ୍ଲୀ ଯାଇଥିଲେ ଆମକୁ ସେ ବିଷୟରେ କଦାପି ଜଣାଇ ନାହିଁ ।