ଓଡିଶା

odisha

ETV Bharat / bharat

Parliament Monsoon Session: ସଂସଦରେ ମଣିପୁର ଝଡ, ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ - ସଂସଦର ମୌସୁମୀ ଅଧିବେଶନ

ମଣିପୁର ହିଂସାକୁ ନେଇ କମ୍ପୁଛି ସଂସଦ । ସଂସଦର ମୌସୁମୀ ଅଧିବେଶନରେ ମଣିପୁର ହିଂସାକୁ ନେଇ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

MP Sanjay Singh suspended from Rajya Sabha
ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ

By

Published : Jul 24, 2023, 1:24 PM IST

ନୂଆଦିଲ୍ଲୀ:ସଂସଦରେ ମଣିପୁର ତାତିକୁ ନେଇ କମ୍ପନ । ଆଜି ବି ଗୃହରେ ଆରମ୍ଭରୁ ଅଚଳାବସ୍ଥା ଜାରି ରହିଛି । ମଣିପୁର ହିଂସାକୁ ନେଇ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ ଦାବି କରିଥିଲେ ବିରୋଧୀ । ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ବେଳେ ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍‌ପେଣ୍ଡ କରାଯାଇଛି । ସଞ୍ଜୟ ସିଂହଙ୍କୁ ବଳକା କାର୍ଯ୍ୟଦିବସରୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ।

ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହ ଚଳାଇବା ମୁସ୍କିଲ ହୋଇଥିଲା । ଉଭୟ ସଦନରେ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନାହିଁ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗୃହରେ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କର୍ଣ୍ଣାପାତ କରିଥିଲେ ବିରୋଧୀ । ଫଳରେ ଅପରାହ୍ନ 2ଟା ଯାଏଁ ରାଜ୍ୟସଭାକୁ ମୁଲତବୀ ଘୋଷଣା ହୋଇଛି । ମଣିପୁର ହିଂସା ପରିସ୍ଥିତି ଓ ବିପର୍ଯ୍ଯସ୍ତ ଆଇନ ଶୃଙ୍ଗଳା ପରିସ୍ଥିତିକୁ ନେଇ ବିରୋଧୀ ହଙ୍ଗାମା କରି ଆସୁଛନ୍ତି । ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍‌ପେଣ୍ଡ ପରେ ବିରୋଧୀ ଦଳ ସାଂସଦ ବୈଠକ କରିଛନ୍ତି ।

ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍‌ପେଣ୍ଡକୁ ନେଇ ଦିଲ୍ଲୀ ମନ୍ତ୍ରୀ ତଥା ଆପ ନେତା ସୌରଭ ଭାରଦ୍ବାଜ କହିଛନ୍ତି, "ଯଦି ସଞ୍ଜୟ ସିଂହ ସତ୍ୟ ପାଇଁ ସ୍ବର ଉଠାଇ ବହିଷ୍କାର ହୋଇଛନ୍ତି ତେବେ ଆମର କୌଣସି ଦୁଃଖ ନାହିଁ । ଏନେଇ କଣ କରାଯିବ ଦେଖାଯିବ କିନ୍ତୁ ଏହା ଦୁର୍ଭାଗ୍ୟଜନକ ।"

ବିରୋଧୀଙ୍କ ହଙ୍ଗାମା ନେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାନ କହିଛନ୍ତି,"ମଣିପୁର ସମସ୍ୟାକୁ ନେଇ ବିରୋଧୀ ଚାହୁଁଥିବା ଆଲୋଚନା ନେଇ ସରକାର ରାଜି । ଏବେ ବିରେଧୀ କହୁଛନ୍ତି ପ୍ରଧାନମନ୍ତ୍ରୀ ଗୃହକୁ ଆସନ୍ତୁ । ମଣିପୁର ହିଂସାକୁ ନେଇ ଚର୍ଚ୍ଚା ତ ହେବ ମାତ୍ର ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଆଲୋଚନା ଉଫରେ ତାଙ୍କର କଣ ଅସୁବିଧା ।"

ଏହା ବି ପଢନ୍ତୁ...Parliament Monsoon Session: ସଂସଦରେ ମଣିପୁର ତାତି, ସୋମବାର ଯାଏଁ ଲୋକସଭା ମୁଲତବୀ

ସେପଟେ ରାଜସ୍ଥାନ ବିଜେପି ସାଂସଦ ଓ ବରିଷ୍ଠ ନେତା ସଂସଦ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଅପରାଧ ବିଶେଷ କରି ଦଳିତଙ୍କ ଉପରେ ଅତ୍ୟାଚାର ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜଧାନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି । ଜୁଲାଇ 20 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ବିରୋଧୀ ମୁଖ୍ୟ ମୁଦ୍ଦା କରିଥିବା ମଣିପୁର ହିଂସାକୁ ଗୃହରେ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି ଫଳରେ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିବାକୁ ପଡୁଛି । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହରେ କୌଣସି ଫଳପ୍ରଦ ଆଲୋଚନା ବି ହୋଇପାରୁନାହିଁ ।

ABOUT THE AUTHOR

...view details