ଓଡିଶା

odisha

ETV Bharat / bharat

Parliament Monsoon Session: ସଞ୍ଜୟ ସିଂହଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି, ରାତି ସାରା ସାଂସଦଙ୍କ ଧାରଣା - ସାଂସଦ ସଞ୍ଜୟ ସିଂହଙ୍କ ସସ୍‌ପେଣ୍ଡ ପ୍ରତ୍ୟାହାର ଦାବି

ସଂସଦ ମୌସୁମୀ ଅଧିବେଶନରେ ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କ ସସ୍‌ପେଣ୍ଡ ପ୍ରତ୍ୟାହାର ଦାବି କରି ରାଜ୍ୟସଭା ବିରୋଧୀ ସାଂସଦ ସାରା ରାତି ସଂସଦରେ ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

ସଞ୍ଜୟ ସିଂହଙ୍କ ସସପେଣ୍ଟ ପ୍ରତ୍ୟାହାର ଦାବି
Parliament Monsoon Session

By

Published : Jul 25, 2023, 10:17 AM IST

ନୂଆଦିଲ୍ଲୀ:ସଂସଦ ମୌସୁମୀ ଅଧିବେଶନରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଛନ୍ତି ରାଜ୍ୟସଭା ବିରୋଧୀ ଦଳ ସାଂସଦ । ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କ ସସ୍‌ପେଣ୍ଡ ପ୍ରତ୍ୟାହାର ସହ ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ ଦାବି କରି ଗତକାଲି (ସୋମବାର) ରାତିରୁ ଧାରଣାରେ ବସିଛନ୍ତି ବିରୋଧୀ ଦଳ ସାଂସଦ । ମଣିପୁର ପ୍ରସଙ୍ଗ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ସହ ଯୁକ୍ତି କରିବା ଓ ତାଙ୍କ କଥା ନଶୁଣିବାରୁ ତାଙ୍କୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା । ସଞ୍ଜୟ ସିଂହଙ୍କୁ ନିଲମ୍ବନକୁ ବିରୋଧରେ କରି ଗୃହରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ବିପକ୍ଷ ।

ରାଜ୍ୟସଭା ସାଂସଦ ଜେବି ମାଥୁର କହିଛନ୍ତି, ସଞ୍ଜୟ ସିଂହ ଏକା ନାହାନ୍ତି । ଆମେ ସମସ୍ତ ଏକାଠୀ । ସମସ୍ତ ବିରୋଧୀ ଏକଜୁଟ ହୋଇଛନ୍ତି । ଶାସକ ଦଳ ଏନ୍‌ଡିଏ ଏବଂ ସରକାର ଯଦି ଭାବୁଛନ୍ତି ଜଣେ ସାଂସଦଙ୍କୁ ନିଲମ୍ବନ କରି ଆମକୁ ଧମକ ଦେବେ ଆମ ଡରିବୁ ନାହିଁ ଆମ ଦାବି ଜାରି ରହିବ । ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖନ୍ତୁ ।''

ଏହା ବି ପଢନ୍ତୁ...Parliament Monsoon Session: ସଂସଦରେ ମଣିପୁର ଝଡ, ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ

ରାଜ୍ୟସଭାରୁ ନିଲମ୍ବନ ହୋଇଥିବା ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି, "ଗତକାଲି ରାତି ସାରା ଆମେ ସଂସଦ ଗାନ୍ଧୀମୂର୍ତ୍ତୀ ତଳେ ବସି ରହିଛୁ । ଆମର ଗୋଟିଏ ଦାବି ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ହିଂସା ନେଇ ଉଭୟ ଗୃହରେ ଜବାବ ରଖିବାକୁ ପଡ଼ିବ । ଆମର ସୀମା ରାଜ୍ୟରେ ଏତେ ଦିନ ହେବ ହିଂସାକାଣ୍ଡ ଘଟୁଛି । ତେବେ ପ୍ରଧାନମନ୍ତ୍ରୀ ଚୁପ କିପରି ରହିବେ ? ମଣିପୁର ରାଜ୍ୟମନ୍ତ୍ରୀଙ୍କ ଘର ଜାଳି ଦିଆ ଗଲା । ଛୋଟଛୋଟ ପିଲା, ବୃଦ୍ଧ, ଯବାନଙ୍କୁ ହତ୍ୟା କରାଯାଉଛି । ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି । ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଭିଡିଓ ଅତ୍ୟନ୍ତ ଲଜ୍ୟାଜନକ ଥିଲା । ଆମେ ଦାବି କରୁଛୁ ସେ ଗୃହରେ ମଣିପୁର ହିଂସାକାଣ୍ଡ ନେଇ ବିବୃତ୍ତି ରଖନ୍ତୁ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ମୋତେ ନିଲମ୍ବନ କରିଥିବା ନେଇ ମୁଁ କିଛି କହିବାକୁ ଚାହୁଁନାହିଁ କାରଣ ସେ ରାଜନୈତିକ ବ୍ୟକ୍ତି ନୁହନ୍ତି । ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ନ ରଖିଛନ୍ତି ସେ ଯାଏ ସଂଘର୍ଷ ଜାରି ରହିବ ।"

ଏହା ବି ପଢନ୍ତୁ...Monsoon session: କାଲି ଯାଏଁ ରାଜ୍ୟସଭା ମୁଲତବୀ, ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ଗୃହରେ ହଙ୍ଗାମା

ପ୍ରକାଶଥାଉ କି, ଗତକାଲି ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଗୃହ ଚଳାଇ ଦେଇନଥିଲେ ବିରୋଧୀ । ମଣିପୁର ହିଂସାକୁ ନେଇ କମ୍ପିଥିଲା ଗୃହ । ମଣିପୁର ପ୍ରସଙ୍ଗରେ ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖିବାକୁ ଅଡ଼ି ବସିଥିଲେ । ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ବେଳେ ରାଜ୍ୟସଭାରୁ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ସଞ୍ଜୟ ସିଂହଙ୍କୁ ବଳକା କାର୍ଯ୍ୟଦିବସରୁ ସସ୍‌ପେଣ୍ଡ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ।

ଜୁଲାଇ 20 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ବିରୋଧୀ ମୁଖ୍ୟ ମୁଦ୍ଦା କରିଥିବା ମଣିପୁର ହିଂସାକୁ ଗୃହରେ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଫଳରେ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିବାକୁ ପଡ଼ୁଛି । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହରେ କୌଣସି ଫଳପ୍ରଦ ଆଲୋଚନା ହୋଇପାରୁନାହିଁ ।

ABOUT THE AUTHOR

...view details