ଓଡିଶା

odisha

By

Published : Mar 20, 2021, 8:01 PM IST

ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ପୋଲିସ କମିଶନରଙ୍କ ଚିଠି, ସଚିନ ଓ୍ବାଜେଙ୍କୁ 100 କୋଟି ଯାଚିଥିଲେ ଗୃହମନ୍ତ୍ରୀ

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ଓ ଏଥିରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ବାଜେ ଗିରଫ ଘଟଣାରେ ନାଟକୀୟ ମୋଡ । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମୁମ୍ବାଇ ପୋଲିସ କମିଶନରଙ୍କ ଚିଠି  ,ବିସ୍ଫୋରକ ଗାଡି ପାଇଁ ସଚୀନ ଓ୍ବେଜଙ୍କୁ 100 କୋଟି ଯାଚିଥିଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମୁମ୍ବାଇ ପୋଲିସ କମିଶନରଙ୍କ ଚିଠି ,ବିସ୍ଫୋରକ ଗାଡି ପାଇଁ ସଚୀନ ଓ୍ବେଜଙ୍କୁ 100 କୋଟି ଯାଚିଥିଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ଓ ଏଥିରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ବାଜେ ଗିରଫ ଘଟଣାରେ ନାଟକୀୟ ମୋଡ ଦେଖିବାକୁ ମିଳିଛି । ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ । ଏହି ଚିଠିରେ ସେ ସିଧାସଳଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଥିବା ସୂଚନା ରହିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମୁମ୍ବାଇ ପୋଲିସ କମିଶନରଙ୍କ ଚିଠି ,ବିସ୍ଫୋରକ ଗାଡି ପାଇଁ ସଚୀନ ଓ୍ବେଜଙ୍କୁ 100 କୋଟି ଯାଚିଥିଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ

ଚିଠିରେ ପରମବୀର ସିଂ ଲେଖିଛନ୍ତି ଯେ ଏହି ବିସ୍ଫୋରକ ଗାଡି ରଖିବା ଘଟଣାରେ ଅନିଲଙ୍କ ହାତ ଅଛି । ସେ ହିଁ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ନିୟୋଜିତ କରିଥିଲେ । ଏଥିପାଇଁ ସଚିନ ଓ୍ବାଜେଙ୍କୁ 100 କୋଟି ଟଙ୍କାର ପ୍ରଲୋଭନ ଦେଇଥିଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଫଳରେ ଅନିଲଙ୍କ ଇଙ୍ଗିତରେ ଏହି ଷଡଯନ୍ତ୍ରକୁ ସଚିନ ରୂପ ଦେଇଛନ୍ତି ବୋଲି ଚିଠିରେ ଅଭିଯୋଗ କରିଛନ୍ତି ପୋଲିସ କମିଶନର ପରମବୀର ସିଂ ।

ତେବେ ଏପରି ସାଙ୍ଘାତିକ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ପରମବୀର ସିଂ ନିଜକୁ ରକ୍ଷା କରିବା ପାଇଁ ଏପରି ଏକ ଷଡଯନ୍ତ୍ର କରୁଥିବା କହିଛନ୍ତି ଅନିଲ ଦେଶମୁଖ । ଏନଆଇଏ ତଦନ୍ତରେ ପରମବୀର ସିଂଙ୍କ ନାମ ସାମ୍ନାକୁ ଆସିବା ପରେ ସେ ମଧ୍ୟ ଜେରାର ସାମ୍ନା କରିବାକୁ ଯାଉଛନ୍ତି । ତେଣୁ ସେ ନିଜକୁ ବଞ୍ଚାଇବା ପାଇଁ ତାଙ୍କ ଉପରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣୁଥିବା ଏକ ଟ୍ବିଟରେ କହିଛନ୍ତି ଅନିଲ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ସରକାରଙ୍କ ଅଡୁଆ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details