ଓଡିଶା

odisha

ETV Bharat / bharat

କାଶ୍ମୀର ପୋଲିସକୁ ସଫଳତା, 2 ଆତଙ୍କୀ ସଫା - ଏନକାଉଣ୍ଟର

ଶ୍ରୀନଗର ଜିଲ୍ଲା ପିରମପୋରା ଅଞ୍ଚଳରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦ ଏବଂ ଲସ୍କର-ଏ-ତୋଏବା କମାଣ୍ଡର ଅବରାର ମୃତ୍ୟୁ ହୋଇଛି । ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

2 ଆତଙ୍କୀ ନିପାତ
2 ଆତଙ୍କୀ ନିପାତ

By

Published : Jun 29, 2021, 8:47 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ପୋଲିସକୁ ସଫଳତା । ଶ୍ରୀନଗର ଜିଲ୍ଲା ପିରମପୋରା ଅଞ୍ଚଳରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦ ଏବଂ ଲସ୍କର-ଏ-ତୋଏବା କମାଣ୍ଡର ଅବରାର ମୃତ୍ୟୁ ହୋଇଛି । ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

କାଶ୍ମୀର ପୋଲିସକୁ ସଫଳତା

ରାଜପଥରେ ଆତଙ୍କୀ ଆକ୍ରମଣ ହେବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା କାଶ୍ମୀର ପୋଲିସ । ଏହା ପରେ କାଶ୍ମୀର ପୋଲିସ ଓ ସିଆରପିଏଫ ଦ୍ବାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା । ପାରିମପୋରା ନାକା ଏକ ଗାଡିକୁ ଅଟକା ଯାଇ ସେମାନଙ୍କ ପରିଚୟ ପଚରାଯାଇଥିଲା । ଗାଡି ପଛରେ ବସିଥିବା ଜଣେ ବ୍ୟକ୍ତି ବ୍ୟାଗରୁ ଗ୍ରେନେଡ ବାହାର କରିବାକୁ ଚେଷ୍ଟା କରିଥିଲା ।

ଏହି ସମୟରେ ସୁରକ୍ଷା ବାହିନୀ ଡ୍ରାଇଭର ସହିତ ପଛ ସିଟରେ ବସିଥିବା ବ୍ୟକ୍ତି ଜଣଙ୍କୁ କାବୁ କରି ପୋଲିସ ଷ୍ଟେସନକୁ ନେଇଥିଲା । ଦୁଇଜଣଙ୍କୁ ମୁଖା ଖୋଲିବା ପରେ ଜଣେ ଲସ୍କର-ଏ-ତୋଏବା କମାଣ୍ଡର ଅବରାର ବୋଲି ଜଣାପଡିଥିବା କହିଛନ୍ତି ଆଇଜିପି ବିଜୟ କୁମାର ।

ଜାମ୍ମୁ ପୋଲିସ, ସିଆରପିଏଫ ଏବଂ ସେନାଙ୍କ ଦ୍ବାରା ତାଙ୍କୁ ପଚରଉଚରା କରାଯାଇଥିଲା । ସେମାନଙ୍କଠାରୁ ଗୋଟିଏ ପିସ୍ତଲ ଏବଂ ଗ୍ରେନେଡ ଜବତ ହୋଇଛି । ନିରନ୍ତର ପଚରାଉଚରାରେ ସେ ତା ଘର ମାଲୋରାରେ ଏକେ-47 ରଖିଥିବା ନେଇ କହିଥିଲା । ଏହା ପରେ ଅସ୍ତ୍ରଶସ୍ତ୍ର ଜବତ ପାଇଁ ଆତଙ୍କବାଦର ଘରେ ସେନାଦଳ ପହଞ୍ଚିଥିଲା । ଏହି ସମୟରେ ସେହି ଘରେ ଲୁଚି ରହିଥିଲା ଆଉଜଣେ ଆତଙ୍କୀ ସେନା ଉପରକୁ ଗୁଳି ଚଳାଇଥିଲା ।

ଏଥିରେ ତିନିଜଣ ସିଆରିପିଏଫ ଯବାନ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ଲସ୍କର-ଏ-ତୋଏବା କମାଣ୍ଡର ଅବରାର ସହିତ ଗୁଳି ଚଳାଇଥିବା ବିଦେଶୀ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଏହା ସହିତ ଘଟଣାସ୍ଥଳରୁ ଦୁଇଟି ଏକେ-47 ଓ ଗୁଳି ଜବତ ହୋଇଛି । ଅବରାର ଅନେକ ହିଂସା ଘଟଣାରେ ସଂପୃକ୍ତ ଥିଲା ।

@ANI

ABOUT THE AUTHOR

...view details