ଓଡିଶା

odisha

By

Published : Oct 5, 2022, 8:09 AM IST

ETV Bharat / bharat

ପୁଣି ଭାରତୀୟ ସୀମାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ, ସୁରକ୍ଷାବଳର ତଦନ୍ତ ଆରମ୍ଭ

ଗୁରୁଦାସପୁର ନିକଟବର୍ତ୍ତୀ ସୀମାନ୍ତ ଗ୍ରାମରେ ଦେଖାଗଲା ପାକିସ୍ତାନୀ ଡ୍ରୋନ । ଘଟଣାସ୍ଥଳରେ ବିଏସଫର ବରିଷ୍ଠ ଅଧିକାରୀ (Pakistani drone in indian territory)। ଅଧିକ ପଢନ୍ତୁ

ପୁଣି ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ, ସୁରକ୍ଷାବଳର ତଦନ୍ତ ଆରମ୍ଭ
ପୁଣି ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ, ସୁରକ୍ଷାବଳର ତଦନ୍ତ ଆରମ୍ଭ

ଚଣ୍ଡିଗଡ:ପୁଣି ଭାରତୀୟ ସୀମାରେ ଦେଖିବାକୁ ମିଳିଲା ପାକିସ୍ତାନୀ ଡ୍ରୋନ । ସୋମବାର ରାତିରେ ପଞ୍ଜାବର ଗୁରୁଦାସପୁରର ଏକ ସୀମାନ୍ତ ଗ୍ରାମରେ ଏହି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା (Pakistani drone in indian territory)। ତେବେ ପ୍ରାୟ 10 କିମି ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା ଏହି ଡ୍ରୋନ । ଗ୍ରାମବାସୀ ଏହା ଦେଖି ସୁରକ୍ଷାବଳକୁ ସୂଚନା ଦେଇଥିଲେ । ତେବେ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ କିଛି ସମୟ ଉଡି ବୁଲିବା ପରେ ଉକ୍ତ ଡ୍ରୋନଟି କେଉଁ ଆଡେ ଅଦୃଶ୍ୟ ହୋଇଯାଇଥିଲା ।

ମଙ୍ଗଳବାର ସକାଳୁ ଗ୍ରାମରେ ସେନାଧିକାରୀଙ୍କ ସହ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି । ଡ୍ରୋନଟି ଦେଖାଯାଇଥିବା ସ୍ଥାନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ତଲାସି ମଧ୍ୟ ଜାରି ରହିଛି (Pakistani drone in indian territory)। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ସଂଗ୍ରହ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ନିଜେ ଗୁରୁଦାସପୁର ବିଏସଏଫ ଡିଆଇଜି ପ୍ରଭାକର ଯୋଶୀ ମଧ୍ୟ ଉପସ୍ଥିତ ରହିଛନ୍ତି । ପୂର୍ବରୁ ମଧ୍ୟ ଏପରି ଘଟଣା ଏକାଧିକ ଥର ଘଟି ସାରିଥିବା ବେଳେ ଏଥର କିନ୍ତୁ ସୀମା ଅତିକ୍ରମ କରି ପାକିସ୍ତାନୀ ଡ୍ରୋନ 10 କି.ମି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆଶଙ୍କିତ କରିଛି ।

ପାକିସ୍ତାନ ସେନା ଦ୍ବାରା ଏପରି ପ୍ରୟାସ ବାରମ୍ବାର ହୋଇଥାଏ । ଭାରତୀୟ ଅଞ୍ଚଳରେ ସେନାର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଗୁପ୍ତଚରୀ କରିବା ପାଇଁ ପାକିସ୍ତାନ ଏପରି ଷଡଯନ୍ତ୍ର କରିଥାଏ । କିଛି ଘଟଣାରେ ଭାରତୀୟ ସେନା ପାକିସ୍ତାନୀ ଡ୍ରୋନ ଜବତ କରିବା ସହ କିଛି ଘଟଣାରେ ଗୁଳି ମଧ୍ୟ ଚଳାଇଥିବା ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details