ଇସଲାମାବାଦ:ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଟ୍ବିଷ୍ଟ ଆଣିଲେ ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ ଝଟକା । ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତିଙ୍କ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିବା ସହ ରଦ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ । ନିଷ୍ପତ୍ତି ରଦ୍ଦ ହେବା ସହ ପୁଣିି ଥରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବା ନେଇ ତାରିଖ ସ୍ଥିର କରାଯାଇଛି ।
Pakistan Crisis: ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, ଅନାସ୍ଥା ଖାରଜ ଅସାମ୍ବିଧାନିକ, 9ରେ ଭୋଟିଂ
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ । ଅନାସ୍ଥା ଖାରଜ ଅସାମ୍ବିଧାନିକ କହିବା ସହ ପୁଣି ଭୋଟିଂ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । 9 ତାରିଖରେ ଭୋଟିଂ । ଅଧିକ ପଢନ୍ତୁ
Pakistan crisis: ଅନାସ୍ଥା ଖାରଜ ଅସାମ୍ବିଧାନିକ, 9 ତାରିଖରେ ଭୋଟିଂ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମ୍ବିଧାନିକ ବ୍ୟବସ୍ଥାର ଅଧୀନ । ତେଣୁ ସେ ସଂସଦ ଭଙ୍ଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ ଦେଇପାରିବେ ନାହିଁ । ଅନାସ୍ଥା ଭୋଟିଂ ଖାରଜ ହେବା ସହ ସଂସଦ ଭଙ୍ଗ ହେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଦର୍ଶାଇ ପୁଣି ଥରେ ଭୋଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ 9 ତାରିଖ ପୂର୍ବାହ୍ନ 10ଟାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପାଇଁ ସମୟ ମଧ୍ୟ ସ୍ଥିର କରାଯାଇଥିବା ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି ।
- ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା ।
- ଅନାସ୍ଥା ପ୍ରସ୍ତାବ ଖାରଜ ଉପ ବାଚସ୍ପତିଙ୍କ ଏଖପାଖିଆ, ଅସାମ୍ବିଧାନିକ ନିଷ୍ପତ୍ତି ।
- ସଂସଦ ଭଙ୍ଗ ମଧ୍ୟ ଅସାମ୍ବିଧାନିକ ।
- ତେବେ ପାକିସ୍ତାନର ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟ ପରେ ବିରୋଧୀଙ୍କୁ ସରକାର କରିବା ପାଇଁ ମିଳିପାରେ ସୁଯୋଗ ।
- ପୁଣି ଥରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ । ଆସନ୍ତା 9ରେ ଭୋଟିଂ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ