ଓଡିଶା

odisha

ETV Bharat / bharat

ପାକିସ୍ତାନ ଜେଲରୁ ମୁକ୍ତ ହେବେ 20 ଭାରତୀୟ ମତ୍ସ୍ୟଜୀବୀ

ପାକିସ୍ତାନ ଜେଲରୁ ମୁକ୍ତ ହେବେ 20 ଭାରତୀୟ ମତ୍ସ୍ୟଜୀବୀ । ପଞ୍ଜାବର ଓ୍ବାଘା-ଅଟ୍ଟାରୀ ଅନ୍ତର୍ଜାତୀୟ ପୋଷ୍ଟରେ ଏମାନଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବ ପାକିସ୍ତାନ । ସମସ୍ତ ମତ୍ସ୍ୟଜୀବୀ ଗୁଜୁରାଟର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପାକିସ୍ତାନ ଜେଲରୁ ମୁକ୍ତ ହେଲେ 20 ଭାରତୀୟ ମତ୍ସ୍ୟଜୀବୀ
ପାକିସ୍ତାନ ଜେଲରୁ ମୁକ୍ତ ହେଲେ 20 ଭାରତୀୟ ମତ୍ସ୍ୟଜୀବୀ

By

Published : Jun 19, 2022, 9:43 PM IST

ଗାନ୍ଧୀନଗର:ପାକିସ୍ତାନ ଜଳସୀମାରେ ପ୍ରବେଶ କରି ମାଛ ଧରିବା ଅଭିଯୋଗରେ ଗିରଫ ହୋଇ ପାକିସ୍ତାନ ଜେଲରେ ଥିବା 20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବ ପାକିସ୍ତାନ । ଆଜି ଏନେଇ ପାକିସ୍ତାନ ସ୍ପଷ୍ଟ କରିଛି । ଆସନ୍ତା 2 ରୁ 3 ଦିନ ମଧ୍ୟରେ ପ୍ରତ୍ୟାର୍ପଣ ସମ୍ପର୍କିତ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବ । ପରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଭାରତ-ପାକ ଓ୍ବାଘା ଅଟ୍ଟାରୀ ଅନ୍ତର୍ଜାତୀୟ ପୋଷ୍ଟରେ ଭାରତକୁ ପ୍ରତ୍ୟାର୍ପଣ କରିବ ପାକିସ୍ତାନ ।

ପାକିସ୍ତାନ ଜେଲରୁ ମୁକ୍ତ ହେବେ 20 ଭାରତୀୟ ମତ୍ସ୍ୟଜୀବୀ

ପାକିସ୍ତାନର ଏପରି କାର୍ଯ୍ୟାନୁଷ୍ଠାନ ପରେ ଭାରତ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ଫେରାଇଦେବା ପାଇଁ ପାକିସ୍ତାନ ଉପରେ ଚାପ ପକାଯାଇଥିଲା । ଭାରତୀୟ ସୀମାରେ ପ୍ରବେଶ ପରେ ସେମାନଙ୍କୁ ଉଚିତ ପ୍ରୋଟୋକଲ ମାଧ୍ୟମରେ ନିଜ ଗୃହରାଜ୍ୟ ଗୁଜୁରାଟ ଅଭିମୁଖେ ପଠାଯିବ । ଆବଶ୍ୟକ ଯାଞ୍ଚ ପରେ ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

ପାକିସ୍ତାନ ଜେଲରୁ ମୁକ୍ତ ହେବେ 20 ଭାରତୀୟ ମତ୍ସ୍ୟଜୀବୀ

ଏବେ ମଧ୍ୟ ପାକିସ୍ତାନରେ ଅନେକ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି । ସେମାନଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ଭାରତ ପକ୍ଷକୁ ପାକିସ୍ତାନ ନିକଟରେ ଦାବି କରାଯାଇଛି । ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଦୁଇ ଦେଶରେ ବନ୍ଦୀ ଥିବା ପରସ୍ପରର ନାଗରିକଙ୍କୁ ଆବଶ୍ୟକ ସହଯୋଗରେ ମୁକ୍ତ କରାଯିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସେହିକ୍ରମରେ ଆଜି ଏହି ନିଷ୍ପତ୍ତି ନେଇଛି ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details