ଇସଲାମାବାଦ:ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସଂସଦରୁ ସମୂହ ଇସ୍ତଫା ଦେବେ ଇମ୍ରାନ ଖାନଙ୍କ ଦଳ PTI ର ସମସ୍ତ ନିର୍ବାଚିତ ସାଂସଦ । ପିଟିଆଇର ବରିଷ୍ଠ ନେତା ତଥା ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ଫଓ୍ବାଦ ଚୌଧୁରୀ ସ୍ଥାନୀୟ ଗଣମାଧ୍ୟକୁ ଏହି ସୂଚନା ଦେବା ସହ ତାଙ୍କ ଦଳ ସମୂହ ଇସ୍ତଫା ଦେବା ସହ ସ୍ବାଧୀନତା ପାଇଁ ଲଢେଇ ଜାରି ରଖିବ ବୋଲି କହିଛନ୍ତି ।
ଟ୍ବିଟରେ ଚୌଧୁରୀ ଲେଖିଛନ୍ତି, ସମୂହ ଇସ୍ତାଫା ନେଇ ଦଳର ସଂସଦୀୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ସମସ୍ତ ନିର୍ବାଚିତ ସଦସ୍ୟ ଇସ୍ତାଫା ଦେବେ । ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ଥିବା ବେଳେ ଦୈଡରେ ଆଗରେ ଥିବା ସେହେବାଜ ସରିଫଙ୍କୁ ସିଧା ଦୁର୍ନୀତିଗ୍ରସ୍ତ ବୋଲି କହି ଟାର୍ଗେଟ କରିଛନ୍ତି ଇମ୍ରାନ ଖାନ ।